ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଚଳିତ ବର୍ଷର ଓଜେଇଇ (OJEE) ରେଜଲ୍ଟ । ସନ୍ଧ୍ୟା ୫ଟାରୁ ୬ଟା ଭିତରେ ପ୍ରକାଶ ପାଇବ ରେଜଲ୍ଟ । ojee.nic.in ୱେବସାଇଟ୍ ଜରିଆରେ ଆସିବ ର୍ୟାଙ୍କ କାର୍ଡ । ଏନେଇ ବିଭାଗୀୟ ମନ୍ତ୍ରୀ (ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ) ସମ୍ପଦ ସ୍ୱାଇଁ ଆନୁଷ୍ଠାନିକ ଭାବେ ଘୋଷଣା କରିବେ । ଏହାପରେ ଛାତ୍ରଛାତ୍ରୀମାନେ www.ojee.nic.inରେ ନିଜର ପରୀକ୍ଷା ଫଳ ପାଇ ପାରିବେ।
ମେ ୨ରୁ ମେ ୧୨ ତାରିଖ ଯାଏଁ ଅନୁଷ୍ଠିତ ହୋଇଥିଲା ଓଜେଇଇ (OJEE) ପରୀକ୍ଷା । ଲାଟରାଲ ଏଣ୍ଟ୍ରି, ଏମଟେକ୍, ଏମବିଏ, ଏମସିଏ ଭଳି ପ୍ରଫେସନାଲ କୋର୍ସରେ ଆଡମିଶନ ଲାଗି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।