ଭୁବନେଶ୍ୱର: ଯୁକ୍ତ ୨ ସିଲାବସ୍ରେ ସାମନ୍ୟ ପରିବର୍ତ୍ତନ ହୋଇଛି । ଏଣିକି ବାଧ୍ୟତାମୂଳକ ଇଂରାଜୀରେ ରହିବ ‘ପରିବେଶ ଶିକ୍ଷା ୟୁନିଟ୍’ । ସେହିପରି ଏମଆଇଏଲ ବା (ମାତୃଭାଷା)ରେ ଅର୍ନ୍ତଭୁକ୍ତ ହୋଇଛି ମୂଲ୍ୟବୋଧ ଶିକ୍ଷା ୟୁନିଟ୍ । ପିଲାଙ୍କ ପାଇଁ ଇଂରାଜୀରେ ପରିବେଶ ଏବଂ ସାହିତ୍ୟରେ ମୂଲ୍ୟବୋଧ ବିଷୟରେ ଆସିବ ପ୍ରଶ୍ନ ।
୨୦୨୫-୨୬ ଶିକ୍ଷାବର୍ଷରେ ବାର୍ଷିକ ପରୀକ୍ଷା ବେଳେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ନୂଆ ପାଠ୍ୟକ୍ରମ ଅନୁଯାୟୀ ପରୀକ୍ଷା ଦେବେ । ୨୦୨୬ ବୋର୍ଡ ପରୀକ୍ଷାରେ ଉଭୟେ ବିଷୟରେ ପ୍ରଶ୍ନ ଆସିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଅଧିକ ପଢନ୍ତୁ: ପୁଣି ରାଜଧାନୀରେ ଫୁଟିଲା ବୋମା; ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସୂଚନା