ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଅଶାନ୍ତ ହୋଇପଡ଼ିଛି ରାଜଧାନୀ। ଭରତପୁର ପଣ୍ଡା କୁଦିଆ ବସ୍ତିରେ ବୋମା ଫୁଟିବା ଘଟଣାକୁ ମାତ୍ର କିଛି ଦିନ ବିତିଥିବା ବେଳେ, ପୁଣି ଗତକାଲି ବିଳମ୍ୱିତ ରାତିରେ ଭୁବନେଶ୍ୱର ଫୁଲେଶ୍ୱରି ବସ୍ତିରେ ବୋମା ମାଡ଼ ହୋଇଛି । କମିଶନରେଟ୍ ପୋଲିସକୁ ଚାଲେଞ୍ଜ କରି ବୋମାମାଡ଼ କରିଛି ଦୃର୍ବୁତ୍ତ । ଫୁଲେଶ୍ୱରି ବସ୍ତିର ଏକ କ୍ଳବ୍ ଘର ଉପରକୁ ଦୃର୍ବୁତ୍ତ ମାନେ ବୋମା ମାଡ କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଅନୁମାନ କରିଛନ୍ତି ସ୍ଥାନୀୟ ଲୋକ ।
ହଠାତ୍ ପ୍ରଚଣ୍ଡ ଶବ୍ଦ ହେବାରୁ ଲୋକମାନେ ଆତଙ୍କିତ ହୋଇ ପଡ଼ିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ପରେ ଘଟଣା ସ୍ଥଳରେ ଭରତ ପୁର ଥାନା ପୁଲିସ୍ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
ଅଧିକ ପଢନ୍ତୁ: ଏଥର ପାର୍ବଣରେ ବେଆଇନ୍ ଚାନ୍ଦା ଆଦାୟ ହେବ ସମ୍ପୂର୍ଣ୍ଣ ବନ୍ଦ; ନଚେତ୍ ଆଦାୟକାରୀ ବିରୁଦ୍ଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ, ଏସପିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ