ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ହୋଇଛି । ମହୁଲଖାଲ ନିକଟରେ ଏକ କାର୍ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଜଣେ ଗୁରୁତର ହୋଇଛନ୍ତି । ମୃତକ ଦୁଇ ଜଣ ହେଲେ କାଦୁଅ ବନ୍ଦୀ ଗ୍ରାମର ବିଶ୍ୱନାଥ ମହାନ୍ତ ଓ ମହୁଲଖାଲ ଗ୍ରାମର ସଞ୍ଜୟ କୁମାର ମହାନ୍ତ ।
ପ୍ରାଥମିକ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ୫ଜଣ ଯୁବକ ଏକ ଇଟିଗା କାରରେ ରାସୋଳରୁ ନିଜ ଗ୍ରାମକୁ ଫେରୁଥିଲେ । ମହୁଲଖାଲ ନିକଟରେ ଥିବା ବୁଲାଣିରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ବିଶ୍ୱନାଥ ମହାନ୍ତ ଓ ସଞ୍ଜୟ କୁମାର ମହାନ୍ତଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା । ସ୍ଥାନୀୟ ଲୋକେ ଜଣେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି କଳିଙ୍ଗନଗର ଟାଟା ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । କାଳିଆପାଣି ପୋଲିସ ଖବର ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଛି । ଏହା ସହିତ କାରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।