ନୂଆଦିଲ୍ଳୀ: ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫ ନିଜ ଦେଶର ସୀମାକୁ ସୁଦୃଢ଼ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ତେବେ ଏହାରି ଭିତରେ ଟ୍ରମ୍ପ ୧୨ ଟି ଦେଶର ନାଗରିକଙ୍କ ଆମେରିକା ଗସ୍ତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଏବଂ ଏହି ପ୍ରତିବନ୍ଧକ ସୋମବାର ଠାରୁ ଲାଗୁ ହୋଇଥିବା ସୂଚନା ମିଳିଛି । ଏହି ଆଦେଶନାମାରେ ଟ୍ରମ୍ପ ପୂର୍ବ ସପ୍ତାହରେ ଦସ୍ତଖତ କରି 12 ଦେଶ ପାଇଁ ଏହି ପଦକ୍ଷପ ନେଇଛନ୍ତି ।ତାଲିକାରେ ଏରିଟ୍ରିଆ, ହାଇତି, ଇରାନ, ଲିବିୟା, ସୋମାଲିଆ, ଆଫଗାନିସ୍ତାନ, ମିଆଁମାର, ଚାଡ୍, କଙ୍ଗୋ-ବ୍ରାଜାଭିଲ୍, ଇକ୍ୱେଟୋରିଆଲ୍ ଗିନି, ସୁଦାନ ଏବଂ ୟେମେନର ନାଗରିକମାନଙ୍କୁ ଆମେରିକା ପ୍ରବେଶରୁ ନିଷେଧ କରାଯାଇଛି । ଏହି ଲିଷ୍ଟରେ ଥିବା ଅନେକ ଦେଶ ଆମେରିକା ସହିତ ପ୍ରତିକୂଳ ସମ୍ପର୍କରେ ଅଛନ୍ତି , ଯେପରିକି ଇରାନ ଏବଂ ଆଫଗାନିସ୍ତାନ । କିନ୍ତୁ ଅନ୍ୟ ଦେଶମାନେ , ଯେପରିକି ହାଇତି ଏବଂ ଲିବିୟା ଭଳି ଦେଶ ଗମ୍ଭୀର ସଙ୍କଟର ସମ୍ମୁଖୀନ ହୋଇପାରନ୍ତି ବୋଲି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି ।