ଭଦ୍ରକ: ୨୪ ଘଣ୍ଟା ପାଇଁ ଭଦ୍ରକ ଜିଲ୍ଲାର ୫ ଟି ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ସକାଳ ୬ଟାରୁ ଆସନ୍ତାକାଲି ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଭଦ୍ରକ ବ୍ଲକ ଓ ପୌରପାଳିକା, ତିହିଡି, ଧାମନଗର, NAC ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ କରାଯାଇଛି । ଗୋଷ୍ଠୀ ସଂଘର୍ଷରୁ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇ ଏପରି ନିଷ୍ପତ୍ତି ନିଆଯାଇଛି । ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ସତର୍କରେ ପ୍ରଶାସନ । ଭଦ୍ରକ, ତିହିଡି ଏବଂ ଧାମନଗର ଅଂଚଳରେ ଶୃଙ୍ଖଳାକୁ ବଜାଇ ରଖିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସୂଚନା ଅନୁସାରେ, ଭଦ୍ରକ ତିହିଡି ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟ ବିବାଦ ହେବାରୁ ସନ୍ତୋଷ ପରିଡ଼ା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ବେଆଇନ ଗୋ ଚାଲାଣ ଘଟଣାକୁ ବିରୋଧ କରିବାରୁ ତାଙ୍କୁ ଏଭଳି ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ପୋଲିସ ୧୨ଜଣଙ୍କୁ ଗିରଫ କରିଛି। ଅନ୍ୟ ଲୋକ ମଧ୍ୟ ଏହି ଘଟଣାରେ ସମ୍ପୃକ୍ତି ଅଛି ବୋଲି ଦାବି ହୋଇଛି । ସମସ୍ତ ଆକ୍ରମଣକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି । ସେଥିପାଇଁ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଇଣ୍ଟରନେଟ୍ ସେବା ବନ୍ଦ ବୋଲି ସୂଚନା ଦେଇଛନ୍ତି ।