ପୁରୀ : ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା । ରତ୍ନ ସିଂହାସନରୁ ଆସି ସ୍ନାନବେଦୀରେ ବିଜେ କରିବେ ଶ୍ରୀଜିଉ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲ୍ଲଭ ଗଜାନନ ବେଶରେ ଦର୍ଶନ ଦେବେ ।
ଏହା ପୂର୍ବରୁ ଆଜି ସଂଧ୍ୟାରୁ ହିଁ ପୁରୀରେ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଏପରିକି ଚାଲି ଚାଲି ଯିବା ବି ଏକ ପ୍ରକାର ଅସମ୍ଭବ ହୋଇପଡିଛି। ପୁରୀ ବାଲିସାହି ରାସ୍ତାରେ ଅଧିକ ଭିଡ଼ ପରିଲକ୍ଷିତ ହୋଇଛି। ପୁରୀ ବାସିନ୍ଦା ଓ ଶ୍ରଦ୍ଧାଳୁଙ୍କ ଯାତାୟାତରେ ସମସ୍ୟା ଉପୁଜିଛି।
ଏପରିକି ପାଦରେ ଚାଲିକି ଯିବାରେ ବଡ଼ ସମସ୍ୟା ପରିଲକ୍ଷିତ ହୋଇଛି।
ଅନ୍ୟପଟେ ପୁରୀରେ ଲାଗୁ ହୋଇଛି ଟ୍ରାଫିକ୍ କଟକଣା। ସାରା ସହରରେ ମୁତୟନ ହୋଇଛନ୍ତି ୭୦ ପ୍ଲାଟୁନ ପୋଲିସ ଫୋର୍ସ। ଶ୍ରୀମନ୍ଦିର ଭିତର ଓ ବାହାର, ଟ୍ରାଫିକ୍, ଭିଡ଼ ନିୟନ୍ତ୍ରଣ, ପର୍ଯ୍ୟଟକ ସହଯୋଗ ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ୍ ଓ ଅଫିସର ନିଯୁକ୍ତ କରାଯାଇଛି । ଦେବସ୍ନାନ ପୂର୍ଣ୍ଣମୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।