ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଚାନକ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ପ୍ରାୟ ତିନି ଘଣ୍ଟାରେ ଶହେରୁ ଉର୍ଦ୍ଧ୍ବକୁ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଶହେରୁ ଉର୍ଦ୍ଧ ମହିଳା ଓ ପୁରୁଷ ଡାଇରିଆରେ ଆକ୍ରାନ୍ତ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଜ଼ିଲ୍ଲାର ଦାନଗଦି,ସୁକିନ୍ଦା, କୋରେଇ, ଧର୍ମଶାଳା ଆଦି ଅଞ୍ଚଳରୁ ରୋଗୀଙ୍କ ଡାକ୍ତରଖାନାରେ ଧାଡି ଲାଗିଛି। ଏତେ ସଂଖ୍ଯକ ଆକ୍ରାନ୍ତ ଭର୍ତ୍ତି ହେବାରୁ ପହଞ୍ଚିଲେ ଜିଲ୍ଲାପାଳ।
ତେବେ ଜ଼ିଲ୍ଲାପାଳ ନିଜେ ଉପସ୍ଥିତ ରହି ପରିସ୍ଥିତିର ତଦାରଖ କରୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହି ରୋଗୀଙ୍କ ସ୍ବାସ୍ଥ୍ୟ ବିଷୟରେ ଅନୁଧ୍ୟାନ କରୁଛନ୍ତି । ଅନ୍ୟପଟେ କେଉଁ କାରଣରୁ ଏତେ ସଂଖ୍ୟକ ଲୋକ ଆକ୍ରାନ୍ତ ହେଲେ ସ୍ପଷ୍ଟ ହୋଇ ନାହିଁ । ତେବେ ଅଚାନକ ପାଣିପାଗର ପରିବର୍ତ୍ତନ ଝାଡ଼ାବାନ୍ତିର କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।