ଭୁବନେଶ୍ୱର: ବିଧାନସଭାରେ ଏସସିସି ତାତି କମିବାର ନାଁ ଧରୁନାହିଁ । ଆଜି ପୁଣି ସମାନ ପ୍ରସଙ୍ଗ ବିଜେଡ଼ି ବିଧାୟକମାନେ ନାରାବାଜି କରିଛନ୍ତି । ଫଳରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ସାଢ଼େ ଏଗାରଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।
ଦୀର୍ଘ ୪ ଦିନ ହେବ ଗୃହରେ ଅଚଳାବସ୍ଥା ଜାରି ରହିଛି । ବିରୋଧୀ ଏସସିବି ଅଗ୍ନିକାଣ୍ଡକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଫଳରେ ପ୍ରତି ଦିନ ପ୍ରଶ୍ନକାଳ ବାତିଲ ହୋଇଯାଉଛି । ଆଜି ମଧ୍ୟ ବିଜେଡ଼ି ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଛନ୍ତି । ଫଳର ବାଚସ୍ପତିଙ୍କ ସୁରକ୍ଷାକର୍ମୀ ଏବଂ ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ବାରମ୍ବାର ମୁଲତବୀ ଯୋଗୁଁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇ ପାରୁନାହିଁ । ଯାହାକୁ ନେଇ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।