କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ କାର୍ ଗଛରେ ପିଟି ହୋଇଯିବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ନନ୍ଦପୁର-ପାଡୁଆ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। କାର୍ରେ ଥିବା ବ୍ୟକ୍ତିମାନେ ନିଜ ଘରକୁ ଫେରୁଥିବା ସମୟରେ କୌଣସି କାରଣବଶତଃ ଗାଡ଼ିଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପ୍ରବଳ ବେଗରେ ପିଟି ହୋଇଯାଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇଜଣ ବ୍ୟକ୍ତି ହେଲେ ଗୋଲୁର ଗାଁର ଜଣେ ବ୍ୟକ୍ତି ଓ ଅନ୍ୟଜଣେ କୁଡ଼ୁବ ଗାଁର ବୋଲି ଜଣାପଡ଼ିଛି।
ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାର ପ୍ରକୃତ କାରଣ କ’ଣ ତାହା ବର୍ତ୍ତମାନସୁଦ୍ଧା ଜଣାପଡ଼ି ନାହିଁ।