ଭୁବନେଶ୍ବର; ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ ଧୀମାନ ଚକ୍ମା ସସ୍ପେଣ୍ଡ୍ । ଭିଜିଲାନ୍ସ ଦ୍ବାରା ଗିରଫ ପରେ ନିଲମ୍ବନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତ ରବିବାର କ୍ରସର ମାଲିକଠୁ 10 ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ତାଙ୍କ ସରକାରୀ ବାସଭବନରୁ ୪୭ ଲକ୍ଷ ୪୭ ହଜାର ୬୦୦ ସହ ଟଙ୍କା ଜବତ କରିବା ସହିତ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା ଭିଜିଲାନ୍ସ ବିଭାଗ ।ତେବେ ତାଙ୍କ ଗିରଫ ପରେ ଗତକାଲି ରାତିରେ ତାଙ୍କ ସ୍ବସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ଯାହା ଫଳରେ ଜେଲ ପରିସରରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଥିବା ସୂଚନାରୁ ଜଣା ପଡିଛି ।