ନବରଙ୍ଗପୁର : ଚଳନ୍ତା କାରରେ ଲାଗିଲା ନିଆଁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଥିଲା । କାର ରେ ଚଲାଉଥିବା ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ । ସୁଚନା ଯୋଗ୍ୟ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ର ବଡପଡ଼ା ଗ୍ରାମର ବିନୋଦ ଙ୍କ ଜ୍ବାଇଁ ଶିବ ସୁନା ବିନୋଦ ଙ୍କ କାର ନଂ ଓଡ଼ି ୦୮ଭି ୩୮୧୬ ଯୋଗେ କୌଣସି କାମରେ ରାଇଘର ଯାଇ ନବରଙ୍ଗପୁର ଫେରୁଥିବା ସମୟରେ ଡାବୁଗାଁ ସ୍ଥିତ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ କାର ରେ ନିଆଁ ଲାଗିଥିଲା । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଜଣା ପଡିନାହିଁ । ନିଆଁ ଲାଗିବା ଦେଖି କାର ଚଳାଉଥିବା ଶିବ କାରରୁ ବହାରିଆସିଥିଲେ । ପରେ ଡାବୁଗାଁ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ ।