ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଯାତ୍ରା। କାଳିଆ ସାଆନ୍ତ ରତ୍ନସିଂହାସନରୁ ଓହ୍ଲାଇ ଆସିବେ ସ୍ନାନ ମଣ୍ଡପକୁ। ବର୍ଷକୁ ଥରେ ମହାପ୍ରଭୁ କରିବେ ପ୍ରତେକ୍ଷ୍ୟ ସ୍ନାନ। ୧୦୮ଗରା ସୁବାସିତ ଜଳରେ ଚତୁ୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ସରିବା ପରେ ହେବ ଦିବ୍ୟ ଦୁର୍ଲଭ ବେଶ ଗଜାନନ ବେଶ। ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ସମ୍ପର୍ଣ୍ଣ ହୋଇଛି । ସ୍ନାନବେଦୀକୁ ପହଣ୍ଡି ପୂର୍ବରୁ ଶ୍ରୀବିଗ୍ରହଙ୍କ ବାହୁକଣ୍ଟ ଓ ଚାରମାଳ ବନ୍ଧା ନୀତି ସମ୍ପର୍ଣ୍ଣ ହୋଇଛି ।
ସୋମବାର ତ୍ରୟୋଦଶୀ ଅବସରରେ ଶ୍ରୀମନ୍ଦିରରେ ଦଇତାପତି ମାନେ ପ୍ରବେଶ କରିବା ସହ ସନ୍ଧ୍ୟାଧୂପ ପରେ ଠାକୁରଙ୍କର ବାହୁଟକଣ୍ଟ ନୀତି କରିଥିଲେ। ବଡ଼ସିଂହାର ବେଶ ପରେ କୋଠ ସୁଆଁସିଆ ସେବକ ମାନେ ରତ୍ନସିଂହାସନ ରେ ଚାରମାଳ ବନ୍ଧା କାର୍ଯ୍ୟ କରିଥିବା ବେଳେ ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି ନୀତି କରାଯାଉଛି। ଏଥିପାଇଁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି ।
ତେବେ ଆସନ୍ତୁ ଜାଣିବା ଦେବସ୍ନାନ ପୂର୍ଣ୍ଣିମା ଅବସରରେ କେଉଁ ସମୟରେ ଠାକୁରଙ୍କ କେଉଁ ନୀତି ଅନୁଷ୍ଠିତ ହେବ
୧- ମଙ୍ଗଳାର୍ପଣ ପ୍ରାତଃ- ୪ଟା ୩୦
୨- ଡୋରଲାଗି ଓ ପୁଷ୍ପାଞ୍ଜଳୀ ହୋଇ ପହଣ୍ଡି ଆରମ୍ଭ- ୫ ଟା ରୁ ୭ଟା
୩- ମଙ୍ଗଳଆଳତି- ସକାଳ ୯ ଟା
୪- ମଇଲମ- ୯ଟା ୧୫
୫- ତଡପ ଲାଗି- ୯ଟା ୨୫
୬- ଅଧର ପୋଛା – ୯ଟା ୪୫
୭- ଅବକାଶ- ୧୦ଟା ୨୦
୮- ରୋଷହୋମ – ୧୦ଟା ୨୦
୯- ସୂର୍ଯ୍ୟ ପୂଜା – ୧୦ଟା ୩୦
୧୦- ଦ୍ଵାରପାଳ ପୂଜା – ୧୦ଟା ୫୫
୧୧- ବେଶ ଶେଷ- ୧୧ଟା ୧୦
୧୨- ଜଳ ବିଜେ, ପୂଜା, ସ୍ନାନ – ଦିବା ୧୨ଟା ୨୦ ରୁ ୧ଟା ୪୫
୧୩- ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ – ୨ଟା ୫୦
୧୪- ଛେରା ପହଁରା – ୩ଟା ୩୦
୧୫- ହାତୀ ବେଶ – ୪ଟା ୩୦
୧୬- ମହନ୍ତଶାଢ଼ୀବନ୍ଧା- ୪ଟା ୩୦
୧୭- ଘଣ୍ଟଛତା ସକାଳ ଧୂପ – ୫ଟା ୪୫ ରୁ ୭ଟା ୨୦
୧୮- ଦକ୍ଷିଣିଘର ଭୋଗ- ସନ୍ଧ୍ୟା ୬ଟା ୩୦
୧୯- ସାହାଣମେଲା – ୭ଟା ୩୦ ରୁ ୧୦ ଟା ୩୦
୨୦- ହାତୀବେଶ ମଇଲମ- ରାତ୍ର ୧୧ଟା
୨୧- ପୁଷ୍ପାଞ୍ଜଳୀ ଓ ଡୋରଲାଗି- ୧୧ଟା ୧୦
୨୨- ବାହୁଡା ପହଣ୍ଡି – ୧୧ଟା ୩୦ ରୁ ୨ ଟା
୨୩- ସୁନା ଚିତା ଓ ରାହୁ ରେଖା ମଇଲମ – ୨ଟା ୩୦