ଉଦଳା : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଉପିସାହିରେ ଜଘନ୍ୟ ହତ୍ୟାକାଣ୍ଡ। ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମାରି ଫିଙ୍ଗିଦେଲେ ଦୁର୍ବୁତ୍ତ। ମୃତକ ଢୋଲଗଣ୍ଡି ଗାଁର ମାଣିକ ସିଂ ବୋଲି ଜଣାପଡିଛି। ଖବରପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତେବେ କେଉଁ କାରଣରୁ ହତ୍ୟାକାଣ୍ଡ ଘଟିଛି ତାହାର କାରଣ ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ଢୋଲଗଣ୍ଡି ଗାଁର ମାଣିକ ସିଂ ଉପିସାହି ସାପ୍ତାହିକ ହାଟକୁ ଯାଇଥିଲେ କିନ୍ତୁ ରାତିରେ ଆଉ ଫେରିନଥିଲେ। ତେଣୁ ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ଆଜି ସକାଳେ ହାଟ ନିକଟରେ ମୃତଦେହ ପଡ଼ିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ। ତେବେ ମାଣିକଙ୍କୁ କେହି ଧାରୁଆ ଆକ୍ରମଣ କରି ହତ୍ୟା କରିଥିଲା। ତେବେ ଖବରପାଇ ଘଟଣାସ୍ଥଳରେ କପ୍ତିପଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ତଦନ୍ତ ରୁ ଜଣାପଡୁଛି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି।