କଳାହାଣ୍ଡି: ଜଣେ କ୍ରସର୍ ମାଲିକଙ୍କଠାରୁ ଲାଞ୍ଚ ନେଇ ଗିରଫ ହୋଇଥିବା ଆଇଏଏସ୍ ଅଧିକାରୀ ତଥା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକମା ଗିରଫ ହେବା ପରେ ଜେଲ୍ ଯାଇଛନ୍ତି । ତାଙ୍କର ଜାମିନ ଆବେଦନ ନାମାଞ୍ଜୁର ହେବାରୁ ଶେଷରେ ଉପଜିଲ୍ଲାପାଳଙ୍କୁ ଜେଲ୍ ଯିବାକୁ ପଡ଼ିବ । ସେ ବର୍ତ୍ତମାନ ଭବାନୀପାଟଣା ଜେଲରେ ଅଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ରବିବାର ଆଇଏଏସ୍ ଧୀମାନ୍ ଚକମା ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଥିଲେ । ଏହା ପରେ ସୋମବାର ଦିନ ତମାମ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା । ତାଙ୍କ ବାସଭବନରୁ ୪୭ ଲକ୍ଷ ୪୭ ହଜାର ୬୦୦ ନଗଦ ଟଙ୍କା ମିଳିଥିଲା । ସେହିପରି ଧର୍ମଗଡ଼ କାର୍ଯ୍ୟାଳୟରେ ମଧ୍ୟ ତଲାସୀ କରାଯାଇଥିଲା । କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି । ଏହା ପରେ ଦିନ ତମାମ ଜେରା ପରେ ଗିରଫ ହୋଇଥିଲେ ଉପଜିଲ୍ଲାପାଳ । ପରେ ତାଙ୍କୁ କୋର୍ଟରେ ହାଜର କରାଯାଇ ଜେଲ୍ ପଠାଇ ଦିଆଯାଇଛି ।
୨୦୧୧ ବ୍ୟାଚ୍ ଆଇଏଏସ୍ ଧୀମାନ୍ ତ୍ରିପୁରାର ମୂଳ ବାସିନ୍ଦା ଅଟନ୍ତି । ତାଙ୍କ ବାପା ଜଣେ ଶିକ୍ଷକ ଅଟନ୍ତି । ସେ ଅଗରତାଲା ଏନ୍ଆଇଟିରୁ କମ୍ପୁଟର୍ ସାଇନ୍ସରେ ଡ୍ରିଗ୍ରି ହାସଲ କରିଛନ୍ତି । ସେଥିପାଇଁ ତ୍ରିପୁରା ସ୍ଥିତ ତାଙ୍କ ପୈତୃକ ବାସଭବନରେ ଯାଞ୍ଚ ପାଇଁ ଓଡ଼ିଶା ଭିଜିଲାନ୍ସ ଗୃହ ବିଭାଗକୁ ଅନୁମତି ଲୋଡ଼ିଥିବା ସୂଚନା ମିଳିଛି ।