ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ମୁକ୍ତାପିସି ନିକଟରେ ଏକ ଅଘଟଣ ଘଟିଯାଇଛି । ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ କାନପୁରା ପଂଚାୟତର ବିଶ୍ୱଜିତ ସାହୁ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାଇକ ଯୋଗେ ବିଶ୍ୱଜିତ ନିଜ ଭଉଣୀ ଘର କନ୍ତୁର ଗାଁକୁ ଯାଉଥିଲେ । ଏହି ସମୟରେ ପଛପଟୁ ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ସଙ୍ଗେସଙ୍ଗେ ବିଶ୍ୱଜିତଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲେ । ତେବେ ଏନେଇ ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।