ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡ଼ିରୁ ୫ ଲକ୍ଷ ଟଙ୍କାର କେନ୍ଦୁପତ୍ର ଲୁଟ୍ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ସ୍ଥିତ ସାକେଣି କେନ୍ଦୁ ପତ୍ର ଫଡ଼ିରେ ଏହି ଘଟଣା ସାମ୍ନାକୁ ଆସିଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଫଡ଼ି କର୍ମଚାରୀ।
ସୂଚନା ଅନୁଯାୟୀ ବୁଧବାର ରାତିରେ ଏକ ପିକଅପ୍ ଭ୍ୟାନରେ ୧୦ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଆସି ସାକେଣି କେନ୍ଦୁପତ୍ର ଫଡ଼ିରେ ପହଞ୍ଚିଥିଲେ। ଏହି ସମୟରେ ସେଠାରେ ୮ରୁ ଅଧିକ କର୍ମଚାରୀ କାମ କରୁଥିଲେ। ଦୁର୍ବୃତ୍ତମାନେ କେନ୍ଦୁପତ୍ର ଫଡ଼ିରେ ପହଞ୍ଚି ପ୍ରଥମେ କର୍ମଚାରୀଙ୍କୁ ବନ୍ଧୁକ ଦେଖାୟ ଭୟଭୀତ କରି ସେମାନଙ୍କୁ ଏକ ଘରେ ବନ୍ଦ କରି ଦେଇଥିଲେ। ତା’ ପରେ ଦୁର୍ବୃତ୍ତମାନେ କେନ୍ଦୁପତ୍ର ଫଡ଼ିରୁ ବସ୍ତା ବସ୍ତା ପତ୍ର, କର୍ମଚାରୀଙ୍କ ୨ଟି ମୋବାଇଲ ଫୋନଓ କର୍ମଚାରୀଙ୍କ ଦରମା ଟଙ୍କା ୭ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ। ଦୁର୍ବୃତ୍ତମାନେ ଯିବାପରେ କର୍ମଚାରୀମାନେ ଘଟଣା ସଂପର୍କରେ ଉପରିସ୍ଥିତ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ କର୍ମଚାରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।