ଆଜିିଠୁ ଆରମ୍ଭ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ । ପ୍ରଥମ ଦିନରେ ପ୍ରାୟ ୨ କିମ୍ବା ୪ ଘଣ୍ଟା ପର୍ଯ୍ୟନ୍ତ ସ୍କାନିଂ କରିଯିବ ବୋଲି ସୂଚନା ମିଳିଛି । ପ୍ରଥମେ ରତ୍ନଭଣ୍ଡାରର ବାହାର କାନ୍ଥରେ ଲେଜର ସ୍କାନିଂ କରାଯିବା ପରେ ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ମନ୍ଦିରରେ ମଧ୍ୟ ସ୍କାନିଂ କରାଯିବ । ରତ୍ନଭଣ୍ଡାରର ଲେଜର ସ୍କାନିଂ ପାଇଁ ASIକୁ ଅନୁମତି ଦିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ସମସ୍ତ ଖବର ଓ ଯାଞ୍ଚର ତାଲିକା ପାଇଁ ସାରିବା ପରେ ASIକୁ ସମସ୍ତ ରିପୋର୍ଟ ଦିଆଯିବ । ତା ପରେ ବୈଷୟିକ କମିଟି ଏହାର ସମୀକ୍ଷା କରିବ ।
ଶ୍ରୀ ମନ୍ଦିରର ସମସ୍ତ ସମସ୍ୟାର ଯାଞ୍ଚ କରିବ ଲେଜର ସ୍କାନିଂ । ରତ୍ନଭଣ୍ଡାରର ଭିତର କାନ୍ଥରେ ଆର୍ଦ୍ରତା ଥିବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଥିଲା। କାନ୍ଥରେ ଫାଟ ଅଛି କି ନାହିଁ ତାହା ସ୍କାନିଂ ପରେ ଜଣାପଡ଼ିବ । ଶ୍ରୀମନ୍ଦିର ମରାମତିରେ ଯେପରି କିଛି ବି ତ୍ରୁଟି ନ ରହିବ ସେଥିପାଇଁ ଏହି ଯାଞ୍ଚ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ ଭାବେ କରାଯିବ ବୋଲି ସୂଚନା ମିଳିଛି । ପ୍ରଥମେ ରତ୍ନଭଣ୍ଡାରକୁ ସଂଲଗ୍ନ କରୁଥିବା ଉତ୍ତର ପାର୍ଶ୍ଵ ବାହାର କାନ୍ଥକୁ ସ୍କାନିଂ କରାଯିବ।
ଆଗକୁ ପଢ଼ନ୍ତୁ : ଆସନ୍ତାକାଲି ହେବ ଲେଜର ସ୍କାନିଂ