ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ପାଞ୍ଚଦଫା ଦାବି ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକୀ ପତ୍ର ପ୍ରଦାନ କରାଯାଇଥିଲା। ଦାବିଗୁଡ଼ିକ ହେଲା - ଫସଲ କ୍ଷତି ପାଇଁ ଭାଗ ଚାଷୀଙ୍କ ସମେତ ସବୁ ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ, ଚାଷୀଙ୍କ ସବୁ ଧାନକୁ କୁଇଣ୍ଟାଲ୍ ପିଛା ୩୧ଶହ ଦେବା, ଫସଲ କ୍ଷତି କାରଣରୁ ମୁତ୍ୟୁ ବରଣ କରିବା ପରିବାରକୁ କୋଟିଏ ଲକ୍ଷ କ୍ଷତି ପୂରଣ । ଏହି କାର୍ଯ୍ୟକ୍ରମରେ କେଦାର ଶବର ,ଜେନା ସୁବାସ ଚନ୍ଦ୍ର ରାଓ, ଆର୍ ଲୋକ ନାଥ ରାଓ ପ୍ରମୁଖ କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ। ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଦାବି ଶୁଣି ସମସ୍ୟାର ସମାଧାନ କରିବେ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି ।