ଜୁଲାଇ ୨୬ ତାରିଖ, ଇତିହାସର ଏକ ଅବିସ୍ମରଣୀୟ ଦିନ । ଶତ୍ରୁକୁ ପରାଜୟ କରି ଭାରତର ଟେକ ରଖିଥିଲେ ଆମର ବୀର ଯବାନ । ଆଜି ସାରା ଭାରତ ପାଳୁଛି ଆମର ବୀରତ୍ୱର ଦିବସ କାରଗିଲ୍ ବିଜୟ ଦିବସ ।
ପାକିସ୍ଥାନକୁ ମୁହଁତୋଡ ଯବାବ ଦେବା ପାଇଁ ସେଦିନ ଭାରତର ପ୍ରତିଟି ଯବାନ କାର୍ଗିଲକୁ ମାଡି ଯାଇଥିଲେ। ସେମାନଙ୍କ ରକ୍ତର ଧାରରେ କାରଗିଲର ବିଜୟ ଗାଥା ଲେଖା ହୋଇଛି। । ଏହି ସହିଦ ଭାରତ ପାଇଁ ଆଣିଥିଲା ଆଜିର ଗର୍ବର ଦିନ । ସେହିଦିନକୁ ମନେ ପକାଇବା ପାଇଁ ଆଜି ଏହି କାରଗିଲ ବିଜୟ ଦିବସ ପାଳନ କରାଯାଉଛି ବୋଲି କହିଛନ୍ତି ପୂର୍ବତନ ସୈନିକ ତଥା ପୂର୍ବତନ ସୈନିକ ସଂଘର ସମ୍ପାଦକ ପ୍ରତାପ ରଥ।
ଆଜି ଜିଲ୍ଲା ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟ ଠାରେ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦେଇ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସମ୍ମାନିତ ଅତିଥି ଭାବରେ ବିଜେପି ନେତା ଗୋପାଳଜି ପାଣିଗ୍ରାହୀ ଓ ସହିଦ ଙ୍କ ପରିବାର ଉପସ୍ଥିତ ଥିଲେ। ଏହି ଅବସରରେ ସେମାନେ କାରଗିଲ ଦିବସର ସ୍ମୃତିଚାରଣ କରିବା ସହିତ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିଭଳି ସେନାରେ ଯୋଗଦେଇ ଦେଶ ମାତୃକା ର ସେବା ପାଇଁ ଆଗଭର ହେବାକୁ ଆଜିର ଯୁବ ବର୍ଗଙ୍କୁ ଆହ୍ୱାନ ଦେଇଥିଲେ।