କ୍ଷତିର ସାମ୍ନା କରୁଛନ୍ତି କଳାହାଣ୍ଡି କପା ଚାଷୀ । ରାଜ୍ୟରେ ସର୍ବାଧିକ କପା ଉତ୍ପାଦନକାରୀ ଜିଲ୍ଲା ହେଉଛି କଳାହାଣ୍ଡି। କିନ୍ତୁ ପରିତାପର ବିଷୟକି କଳାହାଣ୍ଡି ଜିଲ୍ଲାରେ ଗୋଟିଏ ବି ସରକାରୀ ଜିନିଂ ମିଲ୍ କିମ୍ବା ସ୍ପିନିଂ ମିଲ୍ କାର୍ଯ୍ୟକ୍ଷମ ହୋଇନାହିଁ। ଯେଉଁ ପରିମାଣରେ କପା ଉତ୍ପାଦନ କରାଯାଉଛି ତା ଠାରୁ କମ୍ ମୂଲ୍ୟରେ କପା ବିକ୍ରି କରି ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଯାହାଫଳରେ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ମଧ୍ୟ ହେଉଛି। କଳାହାଣ୍ଡି ଜିଲ୍ଲାର କପା ବିଦେଶକୁ ରପ୍ତାନି ହୋଇଥାଏ। ଏହି କପା ପାଇଁ ରାଜନେତାଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ କପାଚାଷ ଉପରେ ଚାଲିଛି ରାଜନୀତି । ଏଥିଯୋଗୁଁ ଭିତ୍ତିଭୂମି ବିକାଶre ବାଧା ସୃଷ୍ଟି ହେଉଛି । ।
ବାହାର ରାଜ୍ୟର କଂପାନିମାନେ ଚାଷୀଙ୍କଠାରୁ ୭,୫୦୦ ଟଙ୍କାରୁ ୯,୫୦୦ ଟଙ୍କା ପର୍ଯ୍ୟନ୍ତ କୁଇଣ୍ଟାଲ ପିଛା ମୂଲ୍ୟ ଦେଇ କିଣୁଥିଲେ। ବର୍ତ୍ତମାନ ସମୟରେ ମଣ୍ଡି ଆରମ୍ଭ ହେବା ପରେ ସହାୟକ ମୂଲ୍ୟ ୭୦୨୦ ଟଙ୍କାରେ କପା କୁଇଣ୍ଟାଲ ପିଛା ବିକ୍ରି କରିବେ। କଳାହାଣ୍ଡି ଜିଲ୍ଲାରେ ରେକର୍ଡ ପରିମାଣ କପା ଉତ୍ପାଦନ ହେଉଥିଲେ ମଧ୍ୟ ସରକାରୀ ଭାବେ କୌଣସି ଜିନିଂ କିମ୍ବା ସ୍ପିନିଂ ମିଲ ନାହିଁ। କେବଳ ଘରୋଇ ଭାବରେ ୭ଟି ଜିନିଂ ମିଲ୍ ରହିଛି।
ଓଡ଼ିଶାରେ ପ୍ରଚୁର ମାତ୍ରାରେ କପା ଉତ୍ପାଦନକୁ ଅନ୍ୟ ରାଜ୍ୟ ମାନେ ଏହାର ଫାଇଦା ଉଠାଉଛନ୍ତି । ଓଡ଼ିଶାର କପାକୁ ଅନ୍ୟ ରାଜ୍ୟମାନେ କପା ଆମଦାନି କରି ମାଲାମାଲ ହେଉଛନ୍ତି। ଖାଲି ସେତିକି ନୁହେଁ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ କପା ରାଜନୀତିର ପଶାପାଲିରେ କଳାହାଣ୍ଡିର ଚାଷୀ ନିଜର ଭାଗ୍ୟକୁ ଆଦରି ବସିଛି। ଅନ୍ୟରାଜ୍ୟର କମ୍ପାନୀ ଆସି ଅଧିକ ମୂଲ୍ୟରେ କପା କିଣୁଥିବାବେଳେ ମଣ୍ଡିରେ କମ୍ ମୂଲ୍ୟ ଯୋଗୁଁ ଚାଷୀମାନେ ମଣ୍ଡି ପ୍ରତି ମୁହଁ ମୋଡ଼ୁଥିବା ଦେଖିବାକୁ ମିଳୁଛି। ଯଦି ଏହି କପକୁ ରାଜ୍ୟରେ ଅଧିକ ମାତ୍ରାରେ ଗୁରୁତ୍ୱ ଦିଆଯାଆନ୍ତା ତେବେ କପା ଚାଷୀ ମାନଙ୍କ ଦୁଃଖ ଦୂର ହୋଇ ପାରନ୍ତା ।
ଅଧିକ ପଢନ୍ତୁ :‘ଯୁବା ସଂଗମ’ ଫେଜ୍-୩ରେ କେରଳର ଛାତ୍ରଛାତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ