ଗଞ୍ଜାମ : ଗଞ୍ଜାମରୁ ପୁରୀକୁ ଦ୍ବିତୀୟ ପର୍ଯ୍ୟାୟରେ ଗଲା ରଥକାଠ। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରୁ ୩୬ ଖଣ୍ଡ ରଥକାଠ ପୁରୀକୁ ପଠାଯାଇଛି । ବାଇବାଲି ଜଙ୍ଗଲରୁ ରଥଖଳାକୁ ଯାଇଛି ଢଉରା କାଠ । ବନ କର୍ମଚାରୀ, ସ୍ଥାନୀୟ ଜନ ପ୍ରତିନିଧି ଓ ଲୋକଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ରଥ କାଠ ପଠାଯାଇଛି । ପୁରୀ ସେବାୟତ ଓ ବନବିଭାଗ କର୍ମଚାରୀଙ୍କ ଦ୍ବାରା ଗଛ ଚିହ୍ନଟ ପରେ ୮୯ ଖଣ୍ଡ କାଠ ପଠାଇବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୩ ଖଣ୍ଡ କାଠ ପଠାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ପୁଣି ବଳକା କାଠ ପଠାଯିବ ।