ନୂଆଦିଲ୍ଲୀ: ବ୍ୟାଙ୍କଗୁଡ଼ିକ ସ୍ଥାୟୀ ଜମା ଅଥବା (FD) ଉପରେ ସୁଧ ହ୍ରାସ କରିଛନ୍ତି। ଆରବିଆଇ ଲଗାତାର ଦୁଇଥର ରେପୋ ହାର ହ୍ରାସ କରିବା ପରେ ବ୍ୟାଙ୍କଗୁଡ଼ିକ ଏହି ହ୍ରାସ କରିଛନ୍ତି। ଏଫଡି ଉପରେ ସୁଧ ହାର ହ୍ରାସ ଯୋଗୁଁ ସବୁଠାରୁ ଅଧିକ କ୍ଷତି ହେଉଛି ବରିଷ୍ଠ ନାଗରିକ ଏବଂ ସେହି ନିବେଶକମାନେ ଯେଉଁମାନେ ରିସ୍କ ନେବାକୁ ଚାହାଁନ୍ତି ନାହିଁ। ତେବେ ଆପଣଙ୍କ ପାଇଁ ପୋଷ୍ଟ ଅଫିସ ବି ପୋଷ୍ଟ ଅଫିସରେ ଏପରି ଅନେକ ସଞ୍ଚୟ ଯୋଜନା ଅଛି, ଯେଉଁଥିରେ ୮.୨% ପର୍ଯ୍ୟନ୍ତ ସୁଧ ଦିଆଯାଉଛି। ଅର୍ଥାତ୍,ବ୍ୟାଙ୍କ FD ଠାରୁ ଅଧିକ। ସେହି ଯୋଜନାଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା ।
ସୁକନ୍ୟା ସମୃଦ୍ଧି ଯୋଜନା
ସୁକନ୍ୟା ସମୃଦ୍ଧି ଯୋଜନରେ ଆପଣ ବାର୍ଷିକ ସର୍ବନିମ୍ନ ୨୫୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୧.୫ ଲକ୍ଷ ଟଙ୍କା ନିବେଶ କରିପାରିବେ । ଆପଣ ଏହି ଯୋଜନାରେ ଆପଣଙ୍କ ଝିଅମାନଙ୍କ ନାମରେ ଟଙ୍କା ନିବେଶ କରିପାରିବେ। ବର୍ତ୍ତମାନ ଏଥିରେ ୮.୨୦% ହାରରେ ସୁଧ ମିଳୁଛି । ଏହି ଯୋଜନା ପ୍ରତ୍ୟେକ ଝିଅ ପାଇଁ ଗୋଟିଏ ଆକାଉଣ୍ଟ ଖୋଲିବାକୁ ଅନୁମତି ଦିଏ ଏବଂ ଧାରା ୮୦ ସି ଅନୁଯାୟୀ ଏଥିରେ ଟିକସ ଛାଡ଼ ମଧ୍ୟ କରାଯାଇଥାଏ ।
ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା
ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଏଥିରେ ଆପଣ ସର୍ବନିମ୍ନ ୧୦୦୦ ଟଙ୍କା ଏବଂ ସର୍ବାଧିକ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ । ଏହି ଯୋଜନାରେ ମଧ୍ୟ ୮.୨୦% ହାରରେ ସୁଧ ଦିଆଯାଉଛି। ଏହି ଯୋଜନାର କାର୍ଯ୍ୟକାଳ ୫ ବର୍ଷ ଏବଂ ନିବେଶ ପାଇଁ ସର୍ବନିମ୍ନ ବୟସ ହେଉଛି ୬୦ ବର୍ଷ ଅଟେ । ଏଥିରେ ମଧ୍ୟ ଟିକସ ଛାଡ କରାଯାଇଥାଏ ।
ସାର୍ବଜନୀନ ଭବିଷ୍ୟନିଧି ପାଣ୍ଠି (PPF)
ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ଏଥିରେ ବାର୍ଷିକ ସର୍ବନିମ୍ନ ୫୦୦ ଟଙ୍କା ଏବଂ ସର୍ବାଧିକ ୧.୫ ଲକ୍ଷ ଟଙ୍କା ନିବେଶ କରାଯାଇପାରେ । ଏହି ଯୋଜନାରେ ୭.୧୦% ହାରରେ ସୁଧ ପ୍ରଦାନ କରାଯାଏ । ନିବେଶ ଅବଧି ୧୫ ବର୍ଷ ରହିବା ଦ୍ବାରା ଏଥିରେ ମଧ୍ୟ ଟ୍ୟାକ୍ସ ଫ୍ରି ନିୟମ ଲାଗୁ ହୋଇଥାଏ ।
କିଷାନ ବିକାଶ ପତ୍ର
କିଷାନ ବିକାଶ ପତ୍ରରେ ସର୍ବନିମ୍ନ ୧୦୦୦ ଟଙ୍କା ନିବେଶ କରାଯାଇପାରିବ ଏବଂ ଏହାର କୌଣସି ସର୍ବାଧିକ ନିବେଶ ସୀମା ନାହିଁ, ଏହା ୭.୫୦% ସୁଧ ହାର ପ୍ରଦାନ କରେ। ଏହି ନିବେଶକୁ ୨.୫ ବର୍ଷ ପରେ ରିଡିମ୍ କରାଯାଇପାରିବ ।