ଭୁବନେଶ୍ୱର: କ୍ୟାନସର ବା କର୍କଟ, ଆଜିକା ସମୟରେ ସବୁଠୁ ବଡ଼ ମାରାତ୍ମକ ରୋଗ । ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଏହି ଗମ୍ଭୀର ରୋଗର ଶିକାର ହେଉଛନ୍ତି । ତେଣୁ କର୍କଟ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନା କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ବ କର୍କଟ ଦିବସ ରୂପେ ପାଳନ କରାଯାଏ । କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଖାଲି ସେତିକି ନୁହେଁ ଏନେଇ ଲୋକମାନେ କିପରି ସଚେତନ ହେବା ସହ ତମାଖୁ ଠାରୁ ଦୂରରେ ରହିପାରିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ରାଷ୍ଟ୍ର ମାନଙ୍କୁ ସଚେତନ କରିଆସୁଛି ।
୨୦୨୫ ପାଇଁ ଥିମ୍ ରହିଛି ‘ୟୁନାଇଟେଡ୍ ବାୟୀ ୟୁନିକ’। ଆମେରିକାର ଜଣେ ବିଶେଷଜ୍ଞ ବିଶ୍ୱବାସୀଙ୍କୁ ପୂର୍ବରୁ ସଚେତନ କରିବା ସହ ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବା ନେଇ କହିଥିଲେ । ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହେଉଛି । ପ୍ୟାକେଟ ଖାଦ୍ୟ ଅଧିକ ଖାଉଥିବାରୁ ଲୋକମାନଙ୍କ ରୋଗ ପ୍ରତିଶେଧକ ଶକ୍ତି କ୍ରମଶଃ ହ୍ରାସ ପାଉଥିବା ବିଶେଷଜ୍ଞ କହିଥିଲେ । ଭାରତୀୟ ଲୋକ ମାନେ ତମାଖୁ ଓ ସିଗାରେଟ ସେବନରେ ନିୟନ୍ତ୍ରଣ ରଖୁନାହାନ୍ତି । ତେଣୁ କର୍କଟ ବଢ଼ିବାରେ ଲାଗୁଛି । ଖାଲି ସେତିକି ନୁହେଁ ସର୍ଭେ ରିପୋର୍ଟ ଅନୁସାରେ ୨୦୧୨ରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସର୍ବାଧିକ ଳୋକ ପ୍ରାଣ ହରାଇଥିଲେ । ଯାହାକୁ ନେଇ କର୍କଟ ରୋଗ ବିଷୟରେ ସଚେତନ କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ରାଷ୍ଟ୍ରରେ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରୁଛି । ପାଟିରୁ ଆରମ୍ଭ କରି ପେଟର ଅନ୍ତନଳୀ ପର୍ଯ୍ୟନ୍ତ କର୍କଟ ରୋଗ ରହିଛି ଏବଂ ପ୍ରତ୍ୟେକ କର୍କଟ ରୋଗର ଏକ ବଡ ସମସ୍ୟା ହେଉଛି ବିଳମ୍ବ ହେତୁ ପରିସ୍ଥିତି ନିୟନ୍ତ୍ରଣରେ ନଥାଏ । ଯାହା ଦ୍ୱାରା ରୋଗୀର ମୃତ୍ୟୁ ଆଶଙ୍କା ମଧ୍ୟ ବଢ଼ିଯାଇଥାଏ ।
କର୍କଟ ବିଷୟରେ କୌଣସି ଭୁଲ ଧାରଣା ନାହିଁ, ହେଲେ ଆଜି ବି ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ରୋଗକୁ ଘୃଣ୍ୟ ମନୋଭାବରେ ଦେଖିଥାନ୍ତି । ସମାଜରେ କର୍କଟ ରୋଗ ପ୍ରତି ସମସ୍ତଙ୍କୁ ସଚେତନ କରିବା ସହ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୪ ରେ ବିଶ୍ୱ କର୍କଟ ଦିବସ ପାଳନ କରାଯାଇଥାଏ । ଆଜି ବି ସମଗ୍ର ବିଶ୍ୱରେ କର୍କଟ ରୋଗ ଉପରେ ଅନେକ ଗବେଷଣା ଚାଲିଛି।
ଏକ ସୁସ୍ଥ ଜୀବନଶୈଳୀ ବା ହେଲ୍ଦି ଲାଇଫଷ୍ଟାଇଲ ଆପଣାଇ କ୍ୟାନସର ଭଳି ମାରତ୍ମକ ରୋଗର ସମ୍ଭାବନାକୁ କମ୍ କରାଯାଇପାରେ । ଏଥିପାଇଁ ଠିକ୍ ସମୟରେ ଶୋଇବା, ଉଠିବା, ସନ୍ତୁଳିତ ଆହାର ଭୋଜନ, ପ୍ରତିଦିନ ବ୍ୟାୟାମ କରିବା ଜରୁରୀ । ଏଭଳି କରିବା ଦ୍ବାରା କେବଳ ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ନାହିଁ ବରଂ ସୁସ୍ଥ ଜୀବନ ଜୀଇଁବାରେ ମଧ୍ୟ ସହାୟକ ହୋଇଥାଏ । ସେହିପରି ଯଦି ଆପଣଙ୍କ ଠାରେ କ୍ୟାନସରର କୌଣସି ଲକ୍ଷଣ ଦେଖାଯାଏ, ତାହେଲେ ଅବିଳମ୍ବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । କ୍ୟାନସର ସ୍କ୍ରିନିଂ ସାହାଯ୍ୟରେ ଏହି ରୋଗର ଚିହ୍ନଟ ହୋଇପାରିବ । ଠିକ୍ ସମୟରେ କ୍ୟାନସର ଚିହ୍ନଟ ହୋଇପାରିଲେ, ଏହି ରୋଗକୁ ପରାସ୍ତ କରାଯାଇପାରିବ ।
ଅଧିକ ପଢନ୍ତୁ: ପଶ୍ଚିମବଙ୍ଗର ହାଓଡ଼ାରୁ ଆସିଲା ଚାଞ୍ଚଲ୍ୟକର ଘଟଣା; ସ୍ୱାମୀର କିଡ଼ନୀ ବିକି ଟଙ୍କା ଧରି ପ୍ରେମିକ ସହ ଫେରାର ହୋଇଗଲା ପତ୍ନୀ, ଝିଅର ପାଠପଢା ନାଁ କହି କିଡ଼ନୀ ବିକିବାକୁ ପତ୍ନୀ ପକାଉଥିଲେ ଚାପ