ବିସିସିଏମ୍ ରେ ପାଳନ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ । ବ୍ୟକ୍ତିମାନଙ୍କର ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ହାସଲ କରିବାରେ ଯୋଗ ସାହାଯ୍ୟ କରେ । ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଭୁବନେଶ୍ୱରର ଏକ ଅଗ୍ରଣୀ ବି-ସ୍କୁଲ୍ ଭବନର ସେଣ୍ଟର ଫର କମ୍ୟୁନିକେସନ୍ ଆଣ୍ଡ ମ୍ୟାନେଜମେଣ୍ଟ (ବିସିସିଏମ୍)ରେ ଯୋଗ କର୍ମଶାଳାର ଆୟୋଜନ କରାଯାଇଛି।
ଏହି ଯୋଗ ଦିବସ ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଶଶି ଭୂସନ ନାୟକ କର୍ମଶାଳାର ପ୍ରଶିକ୍ଷଣ ଭାବରେ ଯୋଗ ଦେଇଥିଲେ । ବିସିସିଆଇର ଚେୟାରମ୍ୟାନ୍ ଲେଫ୍ଟ ଜେନେରାଲ ଜେ କେ ମହାନ୍ତି, ସଚିବ ପି କେ ପଟ୍ଟନାୟକ, ଉଚ୍ଚ ନିର୍ଦ୍ଦେଶକ ତଥା ଡିନ୍ ଡଃ ସୁଜତା ମଙ୍ଗରାଜ, ନିର୍ଦ୍ଦେଶକ ଶ୍ରୀ ଆର ଏନ୍ ପଟ୍ଟନାୟକ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଛାତ୍ରଛାତ୍ରୀମାନେ ଏବଂ ସର୍ବ ସାଧାରଣ କର୍ମଶାଳାରେ ଭାଗ ନେଇଥିଲେ।
ଅଧିକ ପଢନ୍ତୁ :ଭୁବନେଶ୍ୱରରେ ପାଳନ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ