ଅନ୍ତର୍ଜାତୀୟ ଚେସ ଦିବସ ଉପଲକ୍ଷେ ଏସ ଆର ଚେସ ସେଣ୍ଟର ଠାରେ ଏକ ଚେସ ପ୍ରତିଯୋଗିତା ଆୟୋଜିତ ହେବା ସହ ଅନ୍ତର୍ଜାତୀୟ ଚେସ ଦିବସ ମଧ୍ୟ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଧାବିକା ଅନୁରାଧା ବିଶ୍ୱାଳଙ୍କ ସମେତ ଏସ ଆର ଚେସ ସେଣ୍ଟରର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। କୁନି କୁନି ପିଲାଙ୍କ ପାଇଁ ଚେସ ପ୍ରତିଯୋଗିତା ଆୟୋଜିତ ହେବା ସହ କୃତକାର୍ଯ୍ୟ ହୋଇଥିବା ଖେଳାଳିଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା।
ଅନୁରାଧା ବିଶ୍ୱାଳ ଉପସ୍ଥିତ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଖେଳ ପାଇଁ ଆହୁରି ପରିଶ୍ରମ କରିବା ପାଇଁ ମଧ୍ୟ କହିଥିଲେ। ସେ କହିଥିଲେ ଛୋଟ ବେଳେ ଭାରତୀୟ ଜର୍ସି ପିନ୍ଧିବା ମୋ ଜୀବନର ଲକ୍ଷ୍ୟ ଥିଲା ଏବଂ ମୁଁ ଆଶା କରିବି ସମସ୍ତ ଖେଳାଳି ମଧ୍ୟ ସେହି ସ୍ବପ୍ନ ଦେଖିବେ ଏବଂ ଭାରତ ପାଇଁ ଗର୍ବ ଗୌରବ ଆଣିବେ । ଏହାସହ ଏସ. ଆର.ଚେସ ସେଣ୍ଟର ରୁ ଅନେକ ଖେଳାଳି ଅନ୍ତର୍ଜାତୀୟ ସ୍ଥରରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିବାବେଳେ ଆଗାମୀ ଦିନରେ ଆହୁରି ଅନେକ ଖେଳାଳି ଆଗକୁ ବଢିବେ ବୋଲି କହିଥିଲେ ଏସ ଆର ଚେସ ସେଣ୍ଟରର ସଭାପତି ।