ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କୋର୍ କମିଟି ବୈଠକ ଆରମ୍ଭ ହୋଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେଉଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସମେତ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଅଛନ୍ତି।
ଆଗକୁ ରାଜ୍ୟସଭା ନିର୍ବାଚନ ଥିବା ବେଳେ ଆଜିର ଏହି ବୈଠକ ବେଶ ଗୁରୁତ୍ୱବହନ କରୁଛି। ରାଜ୍ୟସଭା ପାଇଁ କେଉଁ କେଉଁ ମାନଙ୍କ ନାମ ଘୋଷଣା କରାଯିବ ସେନେଇ ଆଜି କୋର୍ କମିଟି ବୈଠକରେ ଆଲୋଚନା ହୋଇପାରେ। ଏଥିସହ ରାଜ୍ୟ ବିଜେପି ଠାରୁ ମୋହର ବାଜିବା ପରେ ଏହି ନାମକୁ ପରବର୍ତୀ ସମୟରେ କେନ୍ଦ୍ର ସଂସଦୀୟ ବୋର୍ଡକୁ ମଧ୍ୟ ସୁପାରିଶ ପାଇଁ ପଠାଯିବ। ଏହି ତମାମ୍ ବିଷୟକୁ ନେଇ ଆଜି ଆଲୋଚନା କରାଯାଉଥିବା ନେଇ ସୂତ୍ରରୁ ଜଣାପଡିଛି।
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟସଭା ପାଇଁ ଓଡିଶାରୁ ଏବେ ୪ଟି ଆସନ ଖାଲି ହେବାକୁ ଯାଉଥିବା ବେଳେ,୨ଟି ଆସନ ବିଜେପି ଖାତାରେ ରହିଛି, ସେଇ ୨ଟି ଆସନରେ କିଏ ବସିବ, ରାଜ୍ୟସଭାରେ କେଉଁମାନେ ପାର୍ଥୀ ରହିବେ, ସେନେଇ ଆଜିର ବୈଠକରେ ଅପାତତଃ ସ୍ଥିର କରାଯାଇପାରେ ଏବଂ ଏହା ବ୍ୟତୀତ ବୋର୍ଡ ଏବଂ ନିଗମ ଗୁଡିକର ଅଧକ୍ଷ ପଦରେ କେଉଁ ମାନେ ବସିବେ, ସେ କଥାରେ ମଧ୍ୟ ଚର୍ଚ୍ଚା ହେବ ବୋଲି କୁହାଯାଉଛି। ଅର୍ଥାତ ସେ କଥା ମଧ୍ୟ ଆଜିର ଏହି କୋର୍ କମିଟି ବୈଠକରେ ବିଚାରବିମର୍ଷ ହେବ।
ଅଧିକ ପଢନ୍ତୁ: ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ଓଡ଼ିଶାର ଖାଲି ହେବ ୪ ଆସନ