ଉତ୍ତର ପ୍ରଦେଶ: ଏଣିକି ରେଳ ଯାତ୍ରା ହେବ ଅଧିକ ସହଜ। କାରଣ ଆଜି (ରବିବାର)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ନମୋ ଭାରତ ଆଞ୍ଚଳିକ ଦ୍ରୁତ ପରିବହନ ପ୍ରଣାଳୀ (RRTS) ଉଦଘାଟନ କରିଛନ୍ତି। ଏହା ହେଉଛି ଭାରତର ସବୁଠୁ ସେମି ହାଇସ୍ପିଡ୍ ଟ୍ରେନ୍। ମାତ୍ର ୫୫ ମିନିଟରେ ଦିଲ୍ଲୀରୁ ବାହାରି ମେରଟରେ ପହଁଚିଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୨ କିମି ଦୂରତା ବିଶିଷ୍ଟ ଦିଲ୍ଲୀ-ମେରଟ ରିଜିଓନାଲ ରାପିଡ୍ ଟ୍ରାନଜିଟ୍ ସିଷ୍ଟମର ଉଦଘାଟନ କରିଛନ୍ତି। ଏଥିରେ ଦିଲ୍ଲୀର ସରାୟ କାଲେ ଖାନ ଠୁ ନ୍ୟୁ ଅଶୋକ ନଗର ମଧ୍ୟରେ ୫ କିଲୋମିଟର ବ୍ରିଜ୍ ଏବଂ ମେରଟ୍ ସାଉଥରୁ ମୋଦୀପୁରମର ସେକସନ୍ ରହିଛି।
ମୋଦି ଦେଶର ସବୁଠୁ ଫାଷ୍ଟ୍ ମେଟ୍ରୋ ସର୍ଭିସ୍ ଏବଂ ୨୩ କିଲୋମିଟର ବିଶିଷ୍ଟ ମେରଟ ମେଟ୍ରୋକୁ ଲୋକାର୍ପଣ କରାଯାଇଛି। ଉଦଘାଟନ ପରେ ଉଭୟ ରେଳ ସେବା ରବିବାର ସନ୍ଧ୍ୟା ୬ଟାରୁ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହେବ। ଏହି ୧୩ ଷ୍ଟେସନ ହୋଇଯିବ। କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ୟୁପି ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କ୍ୟାପିଟାଲ ରିଜନ୍ ଟ୍ରାନ୍ସପୋର୍ଟ ଅଧିକାରୀଙ୍କ ସହ ଶତାବ୍ଦୀ ନଗରରୁ ମେରଟ୍ ସାଉଥ୍ ଯାଏଁ ନମୋ ଭାରତ ଟ୍ରେନରେ ଯାତ୍ରା କରିଥିଲେ। ଯାତ୍ରାରେ ସେମାନେ ସାଧାରଣ ଯାତ୍ରୀଙ୍କ ସହ କଥା ହୋଇଥିଲେ। ଏହି ପ୍ରିମିୟମ କୋଚରେ ଆରାମଦାୟକ ସିଟ୍, ମୋବାଇଲ ଚାର୍ଜିଂ ୟୁଏସବି ପୋର୍ଟ, ଅଗ୍ନିନିର୍ବାପକ ଯନ୍ତ୍ର,ଲଗେଜ ରଖିବାର ସ୍ଥାନ, ଟ୍ରେନର ସ୍ପିଡ ଏବଂ ଆଗାମୀ ଷ୍ଟେସନର ସୂଚନା ଦେଉଥିବା ସ୍କ୍ରିନ, ୱେଡିଂ ମେସିନରୁ ରିଫ୍ରେସମେଣ୍ଟ ସୁବିଧା ରହିଛି।
ମେରଠରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଆଜି ଉତ୍ତର ପ୍ରଦେଶ ଏବଂ ସମଗ୍ର ଦେଶ ବିଶ୍ୱସ୍ତରୀୟ ଭିତ୍ତିଭୂମିର ଏକ ନୂତନ ଯୁଗର ସାକ୍ଷୀ ହେଉଛି।” ସେ ମେରଠ ମେଟ୍ରୋ, ନମୋ ଭାରତ ଟ୍ରେନ୍ ଏବଂ ନୂତନ RRTS ସେକ୍ସନର ଉଦଘାଟନକୁ ଜାତୀୟ ରାଜଧାନୀ କ୍ଷେତ୍ର (NCR)ରେ ଜୀବନକୁ “ସରଳ, ସୁଗମ ଏବଂ ଅଧିକ ସୁବିଧାଜନକ” କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି କହିଛନ୍ତି।
ଭାରତରେ ପ୍ରଥମ ଥର ପାଇଁ ଏହି ପ୍ରକାରର ପଦକ୍ଷେପ ସ୍ୱରୂପ, ନମୋ ଭାରତ ରାପିଡ୍ ରେଳ ଏବଂ ମିରଟ୍ ମେଟ୍ରୋ ଉଭୟ ଗୋଟିଏ ପ୍ଲାଟଫର୍ମରୁ ଆରମ୍ଭ କରାଯାଇଥିଲା ଏବଂ ଏହା ସେୟାର ଟ୍ରାକ୍ ଏବଂ ଷ୍ଟେସନରେ କାର୍ଯ୍ୟ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, "ଦେଶରେ ପ୍ରଥମ ଥର ପାଇଁ ଏହା ଘଟୁଛି ଯେ ନମୋ ଭାରତ ଏବଂ ମେଟ୍ରୋ ରେଳ ସମାନ ଷ୍ଟେସନରେ ଏବଂ ସମାନ ଟ୍ରାକ୍ରେ କାର୍ଯ୍ୟ କରିବ।" "ଏକ ହିଁ ପ୍ଲାଟଫର୍ମରୁ, ଜଣେ ସହର ମଧ୍ୟରେ ଯାତ୍ରା କରିପାରିବେ ଏବଂ ସେହି ଷ୍ଟେସନରୁ, ଜଣେ ସିଧାସଳଖ ଦିଲ୍ଲୀକୁ ଏବଂ ସେଠାରୁ ମଧ୍ୟ ଯାତାୟାତ କରିପାରିବେ।"
ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ଆମର କାର୍ଯ୍ୟ ସଂସ୍କୃତି ଏପରି ଯେ ଥରେ କୌଣସି କାର୍ଯ୍ୟର ଶିଳାନ୍ୟାସ ହୋଇଗଲେ, ତାହାକୁ ସମାପ୍ତ କରିବା ପାଇଁ ଦିନ ଏବଂ ରାତି ମିଶିଯାଏ, ସେଥିପାଇଁ ବର୍ତ୍ତମାନ ପ୍ରକଳ୍ପଗୁଡ଼ିକ ପୂର୍ବ ପରି ପଡ଼ି ରହୁନାହିଁ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ନମୋ ଭାରତ ଏବଂ ମେଟ୍ରୋ ସେବା ଉଭୟର ଶିଳାନ୍ୟାସ କରିଛନ୍ତି ଏବଂ ଏବେ ସେଗୁଡ଼ିକୁ ଉଦଘାଟନ କରିବାର ସୌଭାଗ୍ୟ ପାଇଛନ୍ତି।
ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ମେରଠ ମେଟ୍ରୋରେ ଯାତ୍ରା କରିଥିଲେ ଏବଂ ଛାତ୍ର ଏବଂ ଯାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେ ଏହି ପ୍ରକଳ୍ପକୁ 'ନାରୀ ଶକ୍ତି'ର ପ୍ରତୀକ ଭାବରେ ବର୍ଣ୍ଣନା କରିଥିଲେ, ଉଲ୍ଲେଖ କରିଥିଲେ ଯେ ଅନେକ ଟ୍ରେନ ଅପରେଟର ଏବଂ ଷ୍ଟେସନ ନିୟନ୍ତ୍ରଣ କର୍ମଚାରୀ ମହିଳା।
ଅଧିକ ପଢନ୍ତୁ: ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ପ୍ରଶଂସା କଲେ ମୋଦୀ