କଲମ୍ବୋ: ଟି୨୦ ବିଶ୍ୱକପ୍-୨୦୨୬ର ଲିଗ୍ ପର୍ଯ୍ୟାୟରେ ୨୦ଟି ଦଳ ଖେଳିଥିଲେ। ଲିଗ୍ ପର୍ଯ୍ୟାୟ ଶେଷ ହେଲା ପରେ ଆଠଟି ଦଳ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଅର୍ଥାତ ୧୨ଟି ଦଳ ବାଦ୍ ପଡ଼ିଛନ୍ତି। ଭାରତ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍, ଜିମ୍ବାୱେ, ଶ୍ରୀଲଙ୍କା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ସୁପର ୮ ରାଉଣ୍ଡରେ ପହଞ୍ଚିଛନ୍ତି। ଆଜି ଏହି ରାଉଣ୍ଡର ପ୍ରଥମ ମ୍ୟାଚ୍ କଲମ୍ବୋରେ ଖେଳାଯିବ। ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମୁହାଁମୁହିଁ ହେବେ। ସନ୍ଧ୍ୟା ୭ଟାରେ ମ୍ୟାଚ୍ ଆରମ୍ଭ ହେବ।
ଟି୨୦ ବିଶ୍ୱକପ୍-୨୦୨୬କୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଗ୍ରୁପରେ ଚାରିଟି ଦଳ ଅ ଥିଲେ, ଏବଂ ପ୍ରତ୍ୟେକ ଦଳ ନିଜ ଗ୍ରୁପର ସମସ୍ତ ଦଳ ବିରୁଦ୍ଧରେ ଗୋଟିଏ ମ୍ୟାଚ୍ ଖେଳିଥିଲେ। ଏହି ରାଉଣ୍ଡ ପରେ, ଗ୍ରୁପ୍ ୧ ଏବଂ ୨ ର ଶ୍ରେଷ୍ଠ ଦୁଇଟି ଦଳ ସେମିଫାଇନାଲ୍ ଉନ୍ନୀତ ହୋଇଛନ୍ତି ଏବଂ ତୃତୀୟ ଏବଂ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳଗୁଡ଼ିକ ବାଦ୍ ପଡ଼ିଛନ୍ତି।
ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଆଜିର ମ୍ୟାଚ୍ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଏହା ସେହି ପଡ଼ିଆ ଯେଉଁଠାରେ ପାକିସ୍ତାନ ଭାରତଠାରୁ ପରାସ୍ତ ହୋଇଥିଲା। ମ୍ୟାଚ୍ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ସନ୍ଧ୍ୟା ୬:୩୦ରେ ଟସ୍ ହେବ।
ଅଧିକ ପଢ଼ନ୍ତୁ: ମୋର ଅନୁରୋଧରେ ରୁଷରୁ ତୈଳ ଆମଦାନୀ ହ୍ରାସ କରିଛି ଭାରତ