ନୂଆଦିଲ୍ଲୀ: ସର୍ବୋଚ୍ଚ ଅଦାଲତ ଏସ୍ଆଇଆର୍ ସମ୍ପର୍କିତ ମାମଲାର ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ଭର୍ସନା କରିଛନ୍ତି । ଏଣିକି ଏସ୍ଆଇଆର୍ ପ୍ରକ୍ରିୟାର ତଦାରଖ କରିବାକୁ ନ୍ୟାୟିକ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ କୋଲକାତା ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରି କହିଛନ୍ତି ଯେ ଏସ୍ଆଇଆରକୁ ନେଇ ରାଜ୍ୟ ସରକାର ଏବଂ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ଯେଉଁଭଳି ବିବାଦ ଚାଲିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ପରସ୍ପର ଉପରେ ଯେଉଁଭଳି ଭାବରେ ଲାଞ୍ଛନା ଲଗାଯାଉଛି ତାହା ଦୁର୍ଭାଗ୍ୟପୂର୍ଣ୍ଣ । ଏହାକୁ ଦେଖିଲେ ଏଭଳି ପ୍ରତୀୟମାନ ହେଉଛନ୍ତି ଯେମିତି ସାମ୍ବିଧାନିକ ବ୍ୟବସ୍ଥା ଉପରା କାହାର କାହା ଉପରେ ଭରସା ନାହିଁ । ତେବେ ଏହି ପ୍ରକ୍ରିୟାର ତଦାରଖ କରିବାକୁ ନ୍ୟାୟିକ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ କୋଲକାତା ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଏସ୍ଆଇଆରକୁ ନେଇ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏସଆଇଆରରେ ଅନେକ ଯୋଗ୍ୟ ମତଦାତାଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବା ରାଜ୍ୟ ସରକାର ନିର୍ବାଚନ ଆୟୋଗଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।