ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ମେରଠ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରେ ପଥରମାଡ଼ ହୋଇଛି। ଘଟଣା ଘଟିବା ସମୟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ଟ୍ରେନରେ ଥିଲେ। ସେ ଏହି ଟ୍ରେନରେ ମେରଠ ଯାତ୍ରା କରୁଥିଲେ। ହରଦୋଇର କୌଧା ଗ୍ରାମ ନିକଟରେ ପଥରମାଡ଼ ହୋଇଥିଲା। ଗୁରୁବାର ଅପରାହ୍ନ ପ୍ରାୟ ୩ଟା ୨୦ରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ପଥରମାଡ଼ରେ ଝରକାର କାଚ ମଧ୍ୟ ଭାଙ୍ଗି ଯାଇଛି। ମେରଠରେ ଥିବା ଆରପିଏଫ ଘଟଣାର ତଦନ୍ତ କରିବ। ତଦନ୍ତ ପାଇଁ ଗତକାଲି ବିଳମ୍ବିତ ରାତିରେ ଏକ ସ୍ୱତନ୍ତ୍ର ଦଳ ମଧ୍ୟ ମେରଟ ପହଞ୍ଚୁଛି।
ଘଟଣା ସମୟରେ ଟ୍ରେନରେ ଥିବା ମୋହନ ଭାଗବତ ସୁରକ୍ଷିତ ଅଛନ୍ତି। ସେ ରାତି ପ୍ରାୟ ୯ଟାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମେରଠ ଷ୍ଟେସନରେ ଓହ୍ଲାଇ ଶତାବ୍ଦୀ ନଗରର ମାଧବକୁଞ୍ଜକୁ ବାହାରିଥିଲେ, ଯେଉଁଠାରେ ସେ ବର୍ତ୍ତମାନ ରହୁଛନ୍ତି। ସେ ଫେବ୍ରୁଆରୀ ୨୦-୨୧ରେ ଦୁଇ ଦିନିଆ ଆଲୋଚନା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ସମୟରେ, ସେ ଖେଳାଳି ଏବଂ ବୁଦ୍ଧିଜୀବୀମାନଙ୍କ ସହିତ ଆଲୋଚନା କରିବେ।
ଅଧିକ ପଢ଼ନ୍ତୁ: ଶାନ୍ତି ବୋର୍ଡରେ କୋଟି କୋଟି ଡଲାର ଘୋଷଣା କଲେ ଟ୍ରମ୍ପ