ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ବିଶୃଙ୍ଖଳିତ ଯାତ୍ରୀଙ୍କ ପାଇଁ ଶକ୍ତ ହୋଇଛି ଡିଜିସିଏ । ବିଶୃଙ୍ଖଳିତ ଯାତ୍ରୀଙ୍କ ପାଇଁ ‘ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କରିଛି ଡିଜିସିଏ । ଯଦି କୌଣସି ଯାତ୍ରୀ ବିମାନ ଭିତରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରନ୍ତି ତେବେ ସେମାନଙ୍କ ବିମାନ ଯାତ୍ରା ଉପରେ କଟକଣା ଲାଗିପାରେ । ଏପିରିକି ଉକ୍ତ ଯାତ୍ରୀଙ୍କୁ ଆଗାମୀ ୩୦ ଦିନ ଯାଏ ବିମାନରେ ଉଡ଼ିବାକୁ ଅନୁମତି ମିଳିବ ନାହିଁ । ଏ ନେଇ ଏନେଇ ଡିଜିସିଏ ପକ୍ଷରୁ ନୂତନ ନିୟମ ଜାରି କରାଯାଇଛି ।
ବିମାନ, ଯାତ୍ରୀ ଏବଂ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ବିମାନରେ ଶୃଙ୍ଖଳା ବଜାୟ ରଖିବା ପାଇଁ ‘ଶୂନ୍ୟ ସହନଶୀଳତା’ ଲାଗୁ କରିବା ପାଇଁ ଡିଜିସିଏ ଏହି ପଦକ୍ଷେପ ଗ୍ରହଣ କରିଛି । ଡିଜିସିଏ କହିଛି ଯେ ବିଶୃଙ୍ଖଳିତ କାର୍ୟ୍ୟର ପରିଭାଷା ମଧ୍ୟରେ ବିମାନ ଭିତରେ ଧୂମପାନ, ଘରୋଇ ବିମାନରେ ମଦ୍ୟପାନ, ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ସହିତ ହେରଫେର, ଜୀବନ ରକ୍ଷାକାରୀ ଉପକରଣ ଯେପରିକି ଲାଇଫ ଜ୍ୟାକେଟ୍ ଓ ଅକ୍ସିଜେନ୍ ମାସ୍କ ବ୍ୟବହାର, ଯାତ୍ରା ସମୟରେ ପ୍ରତିବାଦ କିମ୍ବା ନାରାବାଜି କରିବା ଏବଂ ନିଶା ଯୋଗୁଁ ଅବ୍ୟବସ୍ଥିତ ଆଚରଣ ଅନ୍ତର୍ଭୁକ୍ତ । ଏହା ସହିତ, ଚିତ୍କାର କରିବା, ସହଯାତ୍ରୀଙ୍କୁ ବିରକ୍ତି ସୃଷ୍ଟି କରିବା ଏବଂ ସିଟ୍ ପଛ କିମ୍ବା ଟ୍ରେ ଟେବୁଲକୁ ଲାତ ମାରିବା କିମ୍ବା ପିଟିବା ମଧ୍ୟ ବିଶୃଙ୍ଖଳିତ ଆଚରଣ ଭାବରେ ବର୍ଗୀକୃତ କରାଯାଇଛି।
ଏୟାରଲାଇନ୍ସକୁ ଏପରି ଯାତ୍ରୀମାନଙ୍କର ଏକ ଡାଟାବେସ୍ ବଜାୟ ରଖିବାକୁ ପଡିବ ଏବଂ ଲାଗୁ ହୋଇଥିବା ଯେକୌଣସି ଉଡ଼ାଣ ପ୍ରତିବନ୍ଧକ ବିଷୟରେ ଡିଜିସିଏକୁ ଜଣାଇବାକୁ ପଡିବ। ତଥାପି ବ୍ୟବସ୍ଥା ଅନୁଯାୟୀ ନିଷେଧିତ ଯାତ୍ରୀମାନଙ୍କୁ "ନୋ ଫ୍ଲାଏ ଲିଷ୍ଟ" ବା ଉଡ଼ାଣ କରିପାରିବେ ନାହିଁ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ । କେବଳ ଯାତ୍ରୀମାନଙ୍କ ପ୍ରତି ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏୟାରଲାଇନ୍ସ ବର୍ତ୍ତମାନ ଏପରି ଘଟଣାଗୁଡ଼ିକୁ ପରିଚାଳନା କରିବା ଏବଂ ନିୟାମକଙ୍କୁ ରିପୋର୍ଟ କରିବା ପାଇଁ ଏକ ମାନକ କାର୍ୟ୍ୟପଦ୍ଧତି ପ୍ରକ୍ରିୟା (ଏସଓପି) ଲାଗୁ ହେବ ।
ବିମାନ ମଧ୍ୟରେ ବିଶୃଙ୍ଖଳିତ ଆଚରଣକୁ ଏକ ଦଣ୍ଡନୀୟ ଅପରାଧ ଭାବରେ ବର୍ଗୀକୃତ କରାଯାଇଛି । ଏହା ନିର୍ଣ୍ଣୟ ନେବାକୁ ଏକ କମିଟି ଗଠନ କରାଯାଇଛି । ଯେଉଁଥିରେ ଅବସରପ୍ରାପ୍ତ ଜିଲ୍ଲା ଏବଂ ସେସନ୍ ଜର୍ଜଙ୍କୁ ନେଇ ସ୍ୱାଧୀନ କମିଟି ଗଠନ କରାଯିବ । ବିମାନ କମ୍ପାନୀଗୁଡ଼ିକୁ ବିଶୃଙ୍ଖଳାକାରୀ ଆଚରଣର ମାମଲାଗୁଡ଼ିକୁ ଜଣେ ଅବସରପ୍ରାପ୍ତ ଜିଲ୍ଲା ଏବଂ ସେସନ୍ସ ଜଜଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସ୍ୱାଧୀନ କମିଟିକୁ ପଠାଇବାକୁ ପଡିବ । ଏହି କମିଟି ବିମାନ କମ୍ପାନୀ ଦ୍ୱାରା ଦାଖଲ କରାଯାଇଥିବା ଯାତ୍ରୀଙ୍କ ଆଚରଣର ତଥ୍ୟକୁ ଅନୁଧ୍ୟାନ କରି ନିର୍ଣ୍ଣୟ ନେବେ । ନିଷେଧ ଲାଗୁ କରିବା ପୂର୍ବରୁ ମାମଲାଟି ଯାଞ୍ଚ କରି ୪୫ ଦିନ ମଧ୍ୟରେ ନିଷ୍ପତ୍ତି କମିଟି ନିଷ୍ପତ୍ତି ଜଣାଇବେ । ତେବେ ଡିଜିସିଏ ବିମାନ ନିୟାମକ, ୧୯୩୭ର ନିୟମ ୧୩୩ଏ ଅନୁଯାୟୀ ଜାରି ପ୍ରସ୍ତାବିତ ସଂଶୋଧନ ଉପରେ ଅଂଶୀଦାରମାନଙ୍କଠାରୁ ମତାମତ ଲୋଡ଼ିଛି । ୧୬ ଦିନ ମଧ୍ୟରେ ନିଜର ମତାମତ ରଖିବାକୁ କୁହାଯାଇଛି ।
ଏହି ନିୟମ ନଗଣ୍ୟ ଯାତ୍ରୀ ସଂଖ୍ୟା ଉପରେ ଲାଗୁ ହେବ । ତଥା ଡିଜିସିଏ କହିଛି ଯେ ଜଣେ ବିଶୃଙ୍ଖଳିତ ଯାତ୍ରୀ ମଧ୍ୟ ବିମାନରେ ସୁରକ୍ଷାକୁ ବିପଦରେ ପକାଇପାରେ ଏବଂ ବିମାନ ପରିଚାଳନାକୁ ପ୍ରତିକୂଳ ଭାବରେ ପ୍ରଭାବିତ କରିପାରେ।