ଢେଙ୍କାନାଳ: ଆଜି ହେଉଛି ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ। ତେବେ ପରୀକ୍ଷା ଦେବାରୁ ବଞ୍ଚିତ ହେବାକୁ ଯାଉଥିବା୨ ଜଣ ଛାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଉପଜିଲ୍ଲାପାଳ ନିଜ ମହାନତା ଦେଖାଇ ଏହି ୨ ଜଣ ଛାତ୍ରୀଙ୍କୁ ତାଙ୍କ ଗାଡ଼ିରେ ପରୀକ୍ଷା କେନ୍ଦ୍ରକୁ ପଠାଇଛନ୍ତି। ଘଟଣାଟି ହେଉଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର।
ଆଜି ସକାଳେ ଭୁବନ ପରୀକ୍ଷା କେନ୍ଦ୍ରର ୨ ବିଦ୍ୟାର୍ଥୀ ନିଜ ଆଡମିଟ କାର୍ଡ ଧରି ବସ୍ରେ ବସି କାମାକ୍ଷାନଗର ବସ ଷ୍ଟାଣ୍ଡରେ ଏଣେ ତେଣେ ବୁଲୁଥିବା ସମୟରେ ଉଭୟଙ୍କୁ କଙ୍କଡ଼ାହାଡ଼ର ପୂର୍ବତନ ଜିଲ୍ଲା ପରିଷଦ କୃଷ୍ଣଚନ୍ଦ୍ର ସାହୁ ଦେଖିବାକୁ ପାଆନ୍ତି। ସମୟ ପ୍ରାୟ ସକାଳ ୮ଟା ୨୦ ମିନିଟ୍।। ପରୀକ୍ଷା ସକାଳ ୯ଟାରେ। ତାହା ପୁଣି ୩୫କିମି ଦୂର ଢେଙ୍କାନାଳ ଟାଉନର କୋରିଆଁ ସ୍ଥିତ ଭାନିରାମ ଉଚ୍ଚ ବିଦ୍ୟାଳୟରେ। ତତକ୍ଷଣାତ କୃଷ୍ଣଚନ୍ଦ୍ର ଦୁଇ ଛାତ୍ରୀଙ୍କୁ ଧରି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନକୁ ଯାଇ ସମସ୍ତ ବିଷୟ ଜଣାଇଲେ।
ପ୍ରାୟ ୯ଟା ୩୫ରେ ଦୁଇ ପରୀକ୍ଷାର୍ଥୀ ପହଞ୍ଚି ପରୀକ୍ଷା ଦେବାର ସୁଯୋଗ ପାଇଲେ ଉପଜିଲ୍ଲାପାଳ ଦିନମଣି ନାୟକ ନିଜ ସରକାରୀ ଗାଡ଼ିରେ ଦୁଇ ଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପଠାଇଲେ। ସମୟ ପ୍ରାୟ ୯ଟା। ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଫୋନ ଯୋଗେ ସମସ୍ତ ଘଟଣା ଜଣାଇଥିଲେ ଉପଜିଲ୍ଲାପାଳ। ପ୍ରାୟ ୯ଟା ୩୫ରେ ଦୁଇ ପରୀକ୍ଷାର୍ଥୀ ପହଞ୍ଚି ପରୀକ୍ଷା ଦେବାର ସୁଯୋଗ ପାଇଲେ। ଏଥିଲାଗି ଦୁଇ ପରୀକ୍ଷାର୍ଥୀ ଉପ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଅଧିକ ପଢନ୍ତୁ: '୨୦୨୭ ମାର୍ଚ୍ଚ ସୁଦ୍ଧା ୩ ଲକ୍ଷ ପରିବାରକୁ ମାଗଣା ବିଦ୍ୟୁତ୍ ଯୋଗାଇବା ପାଇଁ ସରକାର ଲକ୍ଷ୍ୟ'; ଗୃହରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ