ଭୁବନେଶ୍ୱର: ଆଜି ବଜେଟ୍ ଅଧିବେଶନର ତୃତୀୟ ଦିନ । ଆସନ୍ତାକାଲି ବଜେଟ୍ ଉପସ୍ଥାପନ ହେବ। ଏହା ପୂର୍ବରୁ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ । ତେବେ ତୃତୀୟ ଦିନରେ ମଧ୍ୟ ଗୃହ ସରଗରମ ରହିବାର ସମ୍ଭାବନା ରହିଛି ।
ଗତକାଲି ବିରୋଧୀ ଦଳଙ୍କ ନାରାବାଜି ଯୋଗୁଁ ଦିନ ତମାମ ଗୃହ ଅଚଳ ରହିଥିଲା । ଉଭୟ ବିରୋଧୀ ବିଜେଡ଼ି ଓ ବିଜେପି ଚାଷୀ ଓ ଧାନ ମଣ୍ଡି ସମସ୍ୟା ନେଇ ସରକାରଙ୍କୁ ଘେରିଥିଲେ । ଫଳରେ ଦୁଇ ଦୁଇ ଥର ଗୃହ ମୁଲତବୀ ରହିଥିଲା । ଆଜି ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ପାରନ୍ତି ବିରୋଧୀ ।