ଜୟପୁର : ୬ ବର୍ଷର ଶିଶୁ କନ୍ୟା ଦୁଷ୍କର୍ମ ମାମଲାରେ ଜୟପୁର ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟର ଐତିହାସିକ ରାୟ। ଘଟଣାର ମାତ୍ର ୧୬୫ ଦିନରେ ମାମଲାର ତ୍ବରିତ ବିଚାର କଲେ କୋର୍ଟ। ଦୋଷୀକୁ ୨୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୪୦୦୦୦ ଟଙ୍କା ଜୋରିମାନା। ତେବେ ଉକ୍ତ ମାମଲାକୁ ନେଇ ଏସ୍ପି କନଫରେନ୍ସ ହଲରେ କ୍ରାଇମ ମିଟିଂ ଆୟୋଜିତ ହୋଇଥିଲା। ଯେଉଁଥିରେ କମ ସମୟ ମଧ୍ୟରେ ଏହି ମୋକଦମାର ସୁପରିଚାଳନା କରି ଦୋଷୀକୁ କଠୋର ଦଣ୍ଡ ବିଧାନ ନିମନ୍ତେ ପୂର୍ବତନ ପୋକସୋ କୋର୍ଟର ସ୍ୱତନ୍ତ୍ର ସରକାରୀ ଓକିଲ ତଥା ବର୍ତ୍ତମାନ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧକ୍ଷା ଡଃ ଗାୟତ୍ରୀ ଦେବୀଙ୍କୁ ଏସ୍ପି ରୋହିତ ବର୍ମା ସମ୍ବର୍ଦ୍ଧିତ କରିଛନ୍ତି। ଏପରିକି ଗାୟତ୍ରୀ ଦେବୀଙ୍କ ସଫଳତା ପାଇଁ ତାଙ୍କୁ ଉଚ୍ଚ ମହଲରୁ ପ୍ରସଂଶିତ କରାଯାଇଛି।
ଅଧିକ ପଢନ୍ତୁ; ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା ; ୫ ଲକ୍ଷ ୬୧ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା