ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ରାଜ୍ୟର ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷାରେ ସ୍ୱଚ୍ଛତା, ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଆଜି ପରୀକ୍ଷାର ପ୍ରଥମ ଦିନରେ କିପରି ଭାବରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ତାହାର ସ୍ଥିତି ପରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ।
ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ପ୍ରଥମ ଦିନରେ ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ସମସ୍ତ ପ୍ରକାରର ବ୍ୟବସ୍ଥା ପରିଚାଳନାକୁ ଗୁରୁତ୍ୱ ଦେବା ସହ ସମସ୍ତ ପରୀକ୍ଷାର୍ଥୀଙ୍କୁ ମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ।
ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। ପରୀକ୍ଷାର୍ଥୀ ସକାଳ ୭ଟା ୩୦ରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ। ଛାତ୍ରଛାତ୍ରୀଙ୍କୁ ପୂର୍ବରୁ ୧୫ମିନିଟ ସମୟ ମିଳୁଥିବା ବେଳେ ଏଥର ଆଉ ୧୫ ମିନିଟ୍ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ପରୀକ୍ଷାରେ ସ୍ବଚ୍ଛତା ରଖିବାକୁ ସବୁ କେନ୍ଦ୍ରକୁ ସିଧାସଳଖ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସହ ସଂଯୋଗ କରାଯାଇଛି। ଯାହାକି ପରୀକ୍ଷା ସମୟର ଦୃଶ୍ୟକୁ ଏହି କେନ୍ଦ୍ରରୁ ସିଧାସଳଖ ତଦାରଖ କରାଯାଇ ପାରିବ। ଯଦି କେହି କାର୍ଯ୍ୟରେ ଅବହେଳା କରନ୍ତି କିମ୍ବା ଦାୟିତ୍ୱରେ ଥିବା ଶିକ୍ଷକ ଛାତ୍ରଛାତ୍ରୀଙ୍କୁ କପି ଯୋଗାନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
ଅଧିକ ପଢନ୍ତୁ: ଉପଜିଲ୍ଲାପାଳଙ୍କ ପାଇଁ ପରୀକ୍ଷା ଦେବାର ସୁଯୋଗ ପାଇଲେ ୨ ଛାତ୍ରୀ; ନିଜ ଗାଡ଼ିରେ ୩୫କିମି ଦୂର ପରୀକ୍ଷାକେନ୍ଦ୍ରକୁ ପଠାଇଲେ