ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ ପାଇଁ ଜିଲା ପ୍ରଶାସନକୁ ଅନୁରୋଧ କରାଯାଇଛି। ଭୁବନେଶ୍ୱର-ଗୋପାଳପୁର, ଭୁବନେଶ୍ୱର-ଶିମିଳିପାଳକୁ ହେଲିଟ୍ୟାକ୍ସି ସେବା ଜାରି ରହିବ। ହେଲିଟ୍ୟାକ୍ସି ସେବା ପାଇଁ ‘ପବନ ହଂସ ଲିଃ’କୁ ମନୋନୀତ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ଅନ୍ୟପଟେ ଗତକାଲି ପରି ଆଜି ବି ଗୃହ ଚାଲିପାରୁନି। ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ପରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଧାନମଣ୍ଡିରେ ଅବ୍ୟବସ୍ଥା, ୩୦୦ ୟୁନିଟ୍ ମାଗଣା ବିଜୁଳି ପ୍ରସଙ୍ଗ ଉଠାଇ ବିଜେଡି ଓ କଂଗ୍ରେସ ବିଧାୟକ ବିରୋଧ ପ୍ରଦର୍ଶନ କରିଥିଲେ। ବିରୋଧୀ ସଦସ୍ୟ ଗୃହର ମଧ୍ୟ ଭାଗକୁ ଆସି ବାଚସ୍ପତିଙ୍କ ପୋଡ଼ିୟମ ତଳେ ନାରାବାଜି କରି ଗୃହକୁ କମ୍ପାଇ ଥିଲେ। ବାଚସ୍ପତି ସମସ୍ତ ସଦସ୍ୟଙ୍କୁ ନିଜ ନିଜ ଆସନରେ ବସିବାକୁ କହିଥିଲେ। ତଥାପି କୌଣସି ସଦସ୍ୟ ନ ଶୁଣିବାରୁ ଗୃହ ଚଳାଇବା ଅସମ୍ଭବ ହୋଇପଡ଼ିଥିଲା। ଶେଷରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।
ଅଧିକ ପଢନ୍ତୁ: ତୃତୀୟ ଦିନରେ ଗୃହ ଅଚଳ, ଚାଲି ପାରିଲାନି ପ୍ରଶ୍ନ କାଳ