ହଳଦିଆପଦର ଦୁର୍ଘଟଣା ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଏ ଘଟଣା ଏବେର ନୁହେଁ। ଯେଉଁଦିନରୁ ବ୍ରିଜ ତିଆରି ହୋଇଛି, ସେବେ ଠାରୁ ଡିଜାଇନ ଭୁଲ ଅଛି। ଏହା ଭିତରେ ବହୁତ ଜୀବନ ଅକାରଣରେ ଗଲାଣି। ନିଜର ସ୍ୱାର୍ଥ ସାଧନ ପାଇଁ ଯେଉଁ ଭଳି କାମ କରାଯାଇଥିଲା। ସମସ୍ତେ ନିନ୍ଦା ମଧ୍ୟ କରୁଛନ୍ତି। ଆଉ ଆଜି ଯେଉଁମାନେ କହୁଛନ୍ତି, ସେମାନେ ଆଗରୁ କହୁନଥିଲେ।
ବ୍ରିଜ ପ୍ରସଙ୍ଗରେ ଆଗରୁ ବହୁତ ଥର ସ୍ୱର ଉତ୍ତୋଳନ କରିଛି ବୋଲି କହିଲେ ପରିବହନ ମନ୍ତ୍ରୀ। କିନ୍ତୁ ଏ ପର୍ଯ୍ୟନ୍ତ ଭୁଲ ହୋଇଥିବା ଡିଜାଇନ୍ ପରିବର୍ତ୍ତନ କରାଯାଇ ନଥିଲା। ହଳଦିଆପଦର ଦୁର୍ଘଟଣା ଏବେ ସମସ୍ତଙ୍କ ଆଖି ଖୋଲିଯାଇଛି । ତେଣୁ ଆଗକୁ ଡିଜାଇନ ଭଲ ଭାବେ କରାଯିବ।
ଅନ୍ୟପଟେ ବ୍ରିଜ ନିର୍ମାଣକୁ ନେଇ ଦିଗପହଣ୍ଡିର ବିଧାୟକ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, "କୌଣସି ଜାଗାରେ ବ୍ରିଜ ନିର୍ମାଣ ଶୈଳୀ ଏପରି ହୁଏ ନାହିଁ। ଯେ କେହି ଦେଖିଲେ ବି କହିବ ଏଥିରେ ତ୍ରୁଟି ରହିଛି। ସର୍ଭିସ ରୋଡ ନକରି ଫ୍ଲାଏଓଭର ସିଧା ଏନଏଚକୁ ଯୋଡାଗଲା। କାହା ସ୍ୱାର୍ଥରେ ଡିଜାଇନ ବଦଳାଗଲା ତଦନ୍ତ କରି ସତ୍ୟାସତ୍ୟ ବାହାର କରାଯାଉ" ବୋଲି କହିଛନ୍ତି, ସିଦ୍ଧାନ୍ତ ମହାପାତ୍ର। ଆହୁରି କହିଛନ୍ତି, ସେତେବେଳେ ମୁଁ ସାଂସଦ ଥିଲି, ୩ ଜଣ ପୂର୍ବତନ ମୁଖ୍ୟ ସଚିବଙ୍କୁ ଜଣାଇଛି। ଏନେଇ ତତ୍କାଳୀନ ପୂର୍ତ୍ତ ସଚିବଙ୍କୁ ମଧ୍ୟ ଅବଗତ କରାଇଥିଲି। ୨୦୦୯ରେ ଏନଏଚଏଆଇକୁ ମଧ୍ୟ ନିୟମ ଉଲ୍ଲଙ୍ଘନ ଜଣାଇଥିଲି। ଡିଜାଇନ କିପରି ବଦଳିଲା , ତାହା ପୁଣି ରିଭର୍ସ ହୋଇଗଲା। ଏଥିପାଇଁ ଦାୟୀ କିଏ, କାହା ସ୍ୱାର୍ଥରେ ହୋଇଛି, ତାହା ତଦନ୍ତ ହେବା ଦରକାର ବୋଲି କହିଛନ୍ତି।
ସୂଚନା ମୁତାବିକ, ଗତ ଜାନୁଆରି ୩୧ରେ ଏହି ବ୍ରିଜରେ ଦୁର୍ଘଟଣା ପାଇଁ ୫ଟି ଜୀବନ ଯାଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ ରୋଡ଼ ସେଫ୍ଟି କମିଟି ରିପୋର୍ଟ ମାଗିଥିଲେ। ଯାହାକୁ ନେଇ ମୁଖ୍ୟ ଶାସନ ସଚିବ ମଧ୍ୟ ଲେଖିଛନ୍ତି। ଏହା ଉପରେ ବିଭାଗୀୟ ଟିମ୍ ସ୍ପଟ୍ ଉପରକୁ ଯାଇ ତଦନ୍ତ କରିଛି। ଯେଉଁ ଗାଡ଼ି ଦୁର୍ଘଟଣା କରିଥିଲା, ତାର ରେଜିଷ୍ଟ୍ରେସନ ବାତିଲ କରାଯାଇଛି । ଡ୍ରାଇଭରକୁ ମଧ୍ୟ BNS ୧୦୫ରେ ତୁରନ୍ତ ଗିରଫ କରାଯାଇଛି।
ଅଧିକ ପଢନ୍ତୁ : କଟକରେ ଜଣ୍ଡିସ କାୟା ବିସ୍ତାର କରିବା ପ୍ରସଙ୍ଗ; ମେୟର ସୁବାସ ସିଂଙ୍କୁ କଡ଼ା ଟାର୍ଗେଟ କଲେ କଂଗ୍ରେସ ବିଧାୟିକା ସୋଫିଆ