ଭୁବନେଶ୍ୱର: ପରିବହନ ବିଭାଗରେ ଚାଲୁଥିବା ଅନେକ ଗାଡ଼ି ପିୟୁସିସି ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି । ବିନା ପିୟୁସିସିରେ ପରିବହନ ବିଭାଗର ଶତାଧିକ ଗାଡ଼ି ଗଡ଼ୁଛି । ଏ ନେଇ ବିଧାନସଭାରେ ପରିବହନ ମନ୍ତ୍ରୀ ରଖିଥିବା ଲିଖିତ ଉତ୍ତରରୁ ସ୍ପଷ୍ଟ ହୋଇଛି ।
ପରିବହନ କାର୍ଯ୍ୟାଳୟରେ ୨୪୨ଟି ଗାଡ଼ି ନିୟୋଜିତ ହୋଇଛି । ସେଥିମଧ୍ୟରୁ ୪୪ଟି ଗାଡ଼ି ରାଜ୍ୟ ସରକାରଙ୍କର ନିଜସ୍ୱ ଗାଡ଼ି ଅଟେ । ୧୯୮ଟି ଗାଡ଼ି ରାଜ୍ୟ ସରକାର ଭଡ଼ାରେ ଆଣିଛନ୍ତି । ସବୁ ଗାଡ଼ିର ପିୟୁସିସି ଅବଧି ୨୦୨୫ ଡିସେମ୍ବର ୨୨ରୁ ଶେଷ ହୋଇଥିବା ମନ୍ତ୍ରୀ ଉତ୍ତରରେ କହିଛନ୍ତି ।