ରାଜ୍ୟରେ ମୋଟ ୫୧୭୯୬ ରାଜସ୍ୱ ଗ୍ରାମ ରହିଛି । ସେଥିମଧ୍ୟରୁ ୫୫୭୬ ପଡାଗ୍ରାମ ମଧ୍ୟରୁ ୧୯୫୧ ଗୋଟି ପଡାଗ୍ରାମ ଭୂ-ଅଭିଲେଖ ଓ ପରିମାପକ, ଓଡିଶା, କଟକଙ୍କ ଦ୍ୱାରା ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଅଛି । ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ ଉତ୍ତର ଦେଇଛନ୍ତି ଯେ ରାଜ୍ୟରେ ମୋଟ ୫୧୭୯୬ ରାଜସ୍ୱ ଗ୍ରାମ ରହିଛି । ସେଥିମଧ୍ୟରୁ ୫୫୭୬ ପଡାଗ୍ରାମ ମଧ୍ୟରୁ ୧୯୫୧ ଗୋଟି ପଡାଗ୍ରାମ ଭୂ-ଅଭିଲେଖ ଓ ପରିମାପକ, ଓଡିଶା, କଟକଙ୍କ ଦ୍ୱାରା ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଅଛି । ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ମୋଟ ୨୫୦୨ ଗୋଟି ପଡା ଗ୍ରାମ ଘୋଷଣା ନିମନ୍ତେ ପ୍ରସ୍ତାବ ଆସିଛି । ସରକାରଙ୍କ ଦ୍ୱାରା ରାଜସ୍ୱ ଗ୍ରାମ ଘୋଷଣା ପାଇଁ ନିର୍ଦ୍ଧାରିତ ମାନଦଣ୍ଡକୁ ପୂରଣ କରୁନଥିବା କାରଣରୁ ଉକ୍ତ ପ୍ରସ୍ତାବ ଗୁଡିକୁ ରଦ୍ଦ କରାଯାଇ ସମ୍ପୃକ୍ତ ଜିଲ୍ଲାମାନଙ୍କୁ ପ୍ରେରିତ ହୋଇଅଛି । ଅବଶିଷ୍ଟ ୧୧୨୩ ଗୋଟି ପଡାଗ୍ରାମର ପ୍ରସ୍ତାବ ଜିଲ୍ଲାପାଳମାନଙ୍କ ନିକଟରେ ବିଚାରାଧୀନ ରହିଛି । ଉକ୍ତ ପ୍ରସ୍ତାବ ଗୁଡିକ ଭୂ-ଅଭିଲେଖ ଓ ପରିମାପକ, ଓଡିଶା, କଟକଙ୍କ ଦ୍ଵାରା ପ୍ରାପ୍ତ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।