ଅହମ୍ମଦାବାଦ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ସୁପର-୮ର ମୁକାବିଲା ଅହମ୍ମଦାବାଦରେ ଖେଳାଯାଉଛି । ଏହି ମ୍ୟାଚ୍ ଜିତି ଦୁଇ ଦଳ ନିଜର ବିଜୟ ଅଭିଯାନ ବଜାୟ ରଖିବାକୁ ଚାହିଁବେ । ମ୍ୟାଚରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ ।
ଏହି ମ୍ୟାଚରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ଘଟି ନ ଥିବା ବେଳେ ଦକ୍ଷିଣ ଆଫ୍ରିକା ଦଳରେ ୪ଟି ପରିବର୍ତ୍ତତନ ଘିଟିଛି । ସୁପର-୮ରେ ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଭାରତ ଓ ଦକ୍ଷିଣ ଆଫ୍ରିକା ୨୦୨୪ ଟି-୨୦ ବିଶ୍ୱକପର ଫାଇନାଲ୍ ମ୍ୟାଚ୍ ଖେଳିଥିଲେ । ଉକ୍ତ ମ୍ୟାଚ୍ ଜିତି ଭାରତୀୟ ଚାମ୍ପିଅନ ହୋଇଥିଲା ।
ଭାରତୀୟ ଦଳ
ଅଭିଷେକ ଶର୍ମା, ଇଶାନ କିଶନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ ।
ଦକ୍ଷିଣ ଆଫ୍ରିକା ଦଳ
ଆଡନ ମାରକ୍ରମ(ଅଧିନାୟକ), କ୍ୱିଣ୍ଟନ ଡିକକ, ରିୟାନ ରିକଲଟନ, ଡିୱାଲ୍ଡ ବ୍ରେଭିସ,ଡେଭିଡ ମିଲର, ଟ୍ରିଷ୍ଟନ ଷ୍ଟବ୍ସ, ମାର୍କୋ ଜନସେନ, କୋର୍ବିନ ବୋସ, କେଶବ ମହାରାଜ, କାଗିସୋ ରାବଡା, ଲୁଙ୍ଗି ଏନଗିଡି ।