ଅହମ୍ମଦାବାଦ: ଟି-୨୦ ବିଶ୍ଵକପ୍ ୨୦୨୬ରେ ନିଜର ଶେଷ ଲିଗ୍ ମ୍ୟାଚରେ ଭାରତ ୧୭ ରନରେ ନାମ୍ବିଆକୁ ପରାସ୍ତ କରିଛି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୧୯୩ ରନ କରିଥିଲା। ଜବାବରେ ନେଦରଲାଣ୍ଡ ୧୭୬ ରନ କରିପାରିଥିଲା। ଶିବମ୍ ଦୁବେଙ୍କ ଅର୍ଦ୍ଧଶତକ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ତିନୋଟି ୱିକେଟ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୪ ରନ ଏବଂ ତିଲକ ବର୍ମା ୩୩୧ ରନ କରିଥିଲେ। କିନ୍ତୁ ଦମଦାର ପ୍ରଦର୍ଶନ କରି ଶିବମ୍ ଦୁବେ ୩୧ ବଲରୁ ୬୬ ରନର ଏକ ଧମାକାଦାର ଇନିଂସ ଖେଳିଥିଲେ। ଏଥିରେ ୪ ଚୌକା ଏବଂ ୬ ଛକା ସାମିଲ୍। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୩୦ ରନର ଇନିଂସ ଖେଳିଥିଲେ।
ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲାଣ୍ଡ
୧୯୪ ରନର ବିଶାଳ ଟାର୍ଗେଟକୁ ପିଛା କରି, ନେଦରଲାଣ୍ଡର ଆରମ୍ଭ ନୈରାଶ୍ୟଜନକ ଥିଲା। ପ୍ରଥମ ଆଠ ଓଭରରେ, ନେଦରଲାଣ୍ଡ ରନ ହାର ପ୍ରାୟ ୬ ଥିଲା। ତା’ପରେ କଲିନ୍ ଆକରମ୍ୟାନ୍ ଏବଂ ବାସ୍ ଡି ଲିଡେ ଦ୍ରୁତ ଗତିରେ ୪୯ ରନ୍ ଯୋଡ଼ି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଆକରମ୍ୟାନ୍ ୨୩ ଏବଂ ଡି ଲିଡେ ୩୩ ରନ୍ କରିଥିଲେ। ୧୫.୫ ଓଭର ସୁଦ୍ଧା ନେଦରଲାଣ୍ଡ ସ୍କୋର ୧୨୫/୬ ଥିଲା।
ଜ୍ୟାକ୍ ଲିଅନ୍ ଏବଂ ନୋଆ କ୍ରୁସ୍ ଦ୍ରୁତ ବ୍ୟାଟିଂ କରି ଶେଷ ଓଭର ପର୍ଯ୍ୟନ୍ତ ନେଦରଲାଣ୍ଡର ବିଜୟ ଆଶାକୁ ଉଜ୍ଜୀବିତ ରଖିଥିଲେ। ଉଭୟ ମାତ୍ର ୨୩ ବଲ୍ ରେ ୪୭ ରନ୍ ଯୋଡିଥିଲେ। ଶେଷ ଦୁଇ ଓଭରରେ ନେଦରଲ୍ୟାଣ୍ଡକୁ ବିଜୟ ପାଇଁ ୪୬ ରନ୍ ଆବଶ୍ୟକ ଥିଲା। ୧୯ତମ ଓଭରରେ ୧୮ ରନ୍ କରିଥିଲା ନେଦରଲାଣ୍ଡ। ଶିବମ୍ ଦୁବେ ୨୦ତମ ଓଭରରେ ମାତ୍ର ୧୦ ରନ୍ ଦେଇଥିଲେ ଏବଂ ଏକ ୱିକେଟ୍ ନେଇଥିଲେ।
ଏହା ୨୦୨୬ ଟି-୨୦ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ଭାରତର ଲଗାତାର ଚତୁର୍ଥ ବିଜୟ ଥିଲା। ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଛି ଏବଂ ଏବେ ଫେବୃଆରୀ ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ସୁପର ୮ ମ୍ୟାଚ୍ ଖେଳିବ।
Also read: ଟିମ୍ ଇଣ୍ଡିଆର କୋଚ୍ ପଦ ଛାଡିବେ ଗୌତମ ଗମ୍ଭୀର ? ରାଜସ୍ଥାନ ରୟାଲ୍ସଠୁ ମିଳିଛି ବଡ ଅଫର