ନୂଆଦିଲ୍ଲୀ: ଆଗାମୀ କିଛି ବର୍ଷ ମଧ୍ୟରେ ଗୁଗୁଲ୍ ଭାରତରେ AI କ୍ଷେତ୍ରରେ ଏକ ବଡ଼ ନିବେଶ ଘୋଷଣା କରିଛି। ଆମେରିକୀୟ ଟେକ୍ ଜାଏଣ୍ଟର ସିଇ ସୁନ୍ଦର ପିଚାଇ ଏବଂ DeepMindର ସିଇଓ ଡେମିସ୍ ହାସାବିସ୍ କହିଛନ୍ତି ଯେ ସେମାନଙ୍କ କମ୍ପାନୀ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୧୫ ବିଲିୟନ ଡଲାର ନିବେଶ କରିବ। AI ପ୍ରଭାବ ସମ୍ମିଳନୀ ସମ୍ପର୍କରେ, ସୁନ୍ଦର ପିଚାଇ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଆମେ ବିଶ୍ୱାସ କରୁଛୁ ଯେ ଭାରତ AIରେ ଆଶାତୀତ ପ୍ରଗତି ପାଇଁ ପ୍ରସ୍ତୁତ। ଆମେ ସେହି ପ୍ରୟାସରେ ଏକ ଅଂଶୀଦାର ହେବାକୁ ଚାହୁଁଛୁ।
ଗୁଗୁଲ୍ କ୍ଲାଉଡ୍ ସେବା ପ୍ରଦାନ କରିବ
ତାଙ୍କ କମ୍ପାନୀ ୮୦୦ ଜିଲ୍ଲାରେ ଦୁଇ କୋଟିରୁ ଅଧିକ ସରକାରୀ କର୍ମଚାରୀଙ୍କୁ କ୍ଲାଉଡ୍ ଭିତ୍ତିଭୂମି ପ୍ଲାଟଫର୍ମ ପ୍ରଦାନ କରିବା ପାଇଁ ଏକ ସହଭାଗୀତା ମଧ୍ୟ ଘୋଷଣା କରିଛି। ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ, ଗୁଗୁଲ୍ ୩ କୋଟିର ଏଆଇ ଫର ସାଇନ୍ସ ଇମ୍ପାକ୍ଟ ଚ୍ୟାଲେଞ୍ଜର ଘୋଷଣା କରିଛି। ଏହି ପଦକ୍ଷେପ ପରବର୍ତ୍ତୀ ପିଢ଼ିର ବୈଜ୍ଞାନିକ ଆବିଷ୍କାର ଉପରେ କେନ୍ଦ୍ରିତ AI ଗବେଷଣାକୁ ପ୍ରୋତ୍ସାହିତ କରିବ।
ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ ଭାରତ ଏପରି ପରିବର୍ତ୍ତନ ଦେଇ ଗତି କରୁଛି ଯେ ପରବର୍ତ୍ତୀ ବିଶ୍ୱ AI ମହାନ ଏଠାରୁ ଉଭା ହୋଇପାରିବ। ଦେଶର ପ୍ରଥମ ପ୍ରମୁଖ AI ହବ୍ ବିକଶିତ କରିବା ପାଇଁ Google ନିବେଶ କରିବ। ଏହି ପ୍ରକଳ୍ପର ସବୁଠାରୁ ବଡ଼ ଉପାଦାନ ହେଉଛି ବିଶାଖାପାଟଣାରେ ନିର୍ମିତ ହେବାକୁ ଥିବା ମେଗା AI ଡାଟା ସେଣ୍ଟର।
ଗୁଗଲ ସିଇଓ ସୁନ୍ଦର ପିଚାଇ ଇଣ୍ଡିଆ-ଆମେରିକା କନେକ୍ଟ ଇନିସିଏଟିଭର ଉଦଘାଟନ କରିଛନ୍ତି। ଏହା ଆମେରିକା, ଭାରତ ମଧ୍ୟରେ ଏଆଇ ସପଂର୍କକୁ ପ୍ରୋତ୍ସାହିତ କରିବା ପାଇଁ ସମୁଦ୍ରୀ କେବୁଲ ବିଛାଯିବ। ସେ କହିଛନ୍ତି, ଭାରତର ବିବିଧତା ଏବଂ ମଜବୁତ ଡିଜିଟାଲ୍ ଭିତ୍ତିଭୂମି ଦେଶକୁ ଏକ ଶକ୍ତିଶାଳୀ ଦେଶ ଭାବେ ଗୋଢି ତୋଳିବ।
Also read: ‘ଚାକିରିର ଭୟ ଛାଡି ଦକ୍ଷତା ଉପରେ ଧ୍ୟାନ ଦିଅନ୍ତୁ‘