ନୂଆଦିଲ୍ଲୀ: ୨୦୨୬ ଟି୨୦ ବିଶ୍ଵକପର ସୁପର ୮ ପର୍ଯ୍ୟାୟ ପାଇଁ ସାତଟି ଦଳ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଉଭୟ ସହ-ଆୟୋଜକ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମଙ୍ଗଳବାର ଜିମ୍ବାୱେ ବନାମ ଆୟରଲ୍ୟାଣ୍ଡ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହବାରୁ ଅଷ୍ଟ୍ରେଲିଆକୁ ଟି୨୦ ବିଶ୍ୱକପରୁ ବାଦ୍ ପଡ଼ିଛି. ଜିମ୍ବାୱେ ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସପ୍ତମ ଦଳ ହୋଇଛି।
ଏପର୍ଯ୍ୟନ୍ତ, ସାତଟି ଦଳ ସୁପର ୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଥିରେ ଭାରତ, ଶ୍ରୀଲଙ୍କା, ଜିମ୍ବାୱେ, ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡ ଅନ୍ତର୍ଭୁକ୍ତ। ଶ୍ରୀଲଙ୍କା ଏବଂ ଜିମ୍ବାୱେ ଗ୍ରୁପ୍ ବିରୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଶକ୍ତିଶାଳୀ ଅଷ୍ଟ୍ରେଲିଆ ବାଦ୍ ପଡ଼ିଛି। ଗ୍ରୁପ୍ ସିରୁ ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ସୁପର ୮ କୁ ଉନ୍ନୀତ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡ ଗ୍ରୁପ୍ ଡିରୁ ଯୋଗ୍ୟତା ଅର୍ଜନ କରିଛନ୍ତି।
ସାତଟି ଦଳ: ଭାରତ, ଶ୍ରୀଲଙ୍କା, ଜିମ୍ବାୱେ, ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡ।
ମୁସ୍କିଲରେ ପାକିସ୍ତାନ !
ସମସ୍ତଙ୍କ ନଜର ଏବେ ଗ୍ରୁପ୍ ଏ ଉପରେ ରହିଛି। ଯେଉଁଠି ଭାରତ ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି। ଦ୍ଵିତୀୟ ସ୍ଥାନ ପାଇଁ ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ଏବେ ଲଢ଼େଇ ଚାଲିଛି। ବର୍ତ୍ତମାନ, ଗ୍ରୁପ୍ ଏରେ ଆମେରିକା ଏବଂ ପାକିସ୍ତାନ ଉଭୟଙ୍କ ଚାରି ପଏଣ୍ଟ ପାଇଛନ୍ତି। ତଥାପି, ନେଟ୍ ରନ୍ ରେଟ୍ ଦୃଷ୍ଟିରୁ ପାକିସ୍ତାନ ବହୁତ ପଛରେ ଅଛି।
ପାକିସ୍ତାନର ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଫେବୃଆରୀ ୧୮ ତାରିଖରେ ନାମ୍ବିଆକୁ ଭେଟିବ। ଯଦି ପାକିସ୍ତାନ ଏହି ମ୍ୟାଚ୍ ଜିତିଯାଏ, ତେବେ ଦଳ ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବ। ଯଦି ନାମ୍ବିଆ ପାକିସ୍ତାନକୁ ପରାସ୍ତ କରେ, ତେବେ ଆମେରିକା ସୁପର ୮ ରେ ପ୍ରବେଶ କରି ଇତିହାସ ରଚିବ।
Also read: ଗାଭାସ୍କର-କପିଲ ଦେବଙ୍କ ପରେ ଇମ୍ରାନଙ୍କ ସମର୍ଥନରେ ଆଗକୁ ଆସିଲେ ସୌରଭ ଗାଙ୍ଗୁଲି, କହିଲେ...