ଝାରସୁଗୁଡ଼ାରେ ଟ୍ରେଲର-ପୋଲିସ ବୋଲେରୋ ଭିତରେ ମୁହାଁମୁହିଁ ଧକ୍କା ହେବ ଫଳରେ ୫ ଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହାନଚରଣ ମାଝୀ ଦୁଃଖପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ 'ଏକ୍ସ'ରେ ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିବା ସହ ମୃତକଙ୍କ ପରିବାରକୁ ଆର୍ଥିକ ଅନୁକମ୍ପା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ରିଲିଫ ପାଣ୍ଠିରୁ ପୋଲିସ କର୍ମଚାରୀଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଧାନ ନେଇ ଘୋଷଣା କରିଛନ୍ତି।
ରବିବାର ଭୋର ସମୟରେ ଏକ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଟ୍ରେଲର ଏବଂ ପୁଲିସ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଗତକାଲି ରାତିରେ ରେଙ୍ଗାଲିକୁ ଏକ କନଷ୍ଟେବଳଙ୍କ ବାହାଘରର ଭୋଜିକୁ ରିଜଭ ପୁଲିସର ୮ ଜଣ ପୁଲିସ ଅଧିକାରୀ ଯାଇଥିଲେ। ଭୋରରୁ ଫେରୁଥିବା ସମୟରେ ଏଚ କଟାପାଲି ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେଲର ସାମ୍ନା ପଟରୁ ପୁଲିସ ବୋଲେରୋକୁ ଧକ୍କା ଦେଇଥିଲା। ଏଥିରେ ୫ ଜଣ ପୁଲିସ ଅଧିକାରୀଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବୋଲେରୋ ଗାଡିଟି ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଟିମ୍ ଗାଡି ଭିତରୁ ମୃତଦେହଗୁଡିକୁ ବାହାର କରିଥିଲେ।
ଅଧିକ ପଢନ୍ତୁ: ଟ୍ରକ-କାର୍ ମୁହାଁମୁହିଁ ଧକ୍କା; ୫ ପୋଲିସ କର୍ମଚାରୀଙ୍କ ମୃତ୍ୟୁ