ପାରାଦ୍ୱୀପ: ସକାଳୁ ସକାଳୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପାରାଦ୍ୱୀପ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ଯାହା ଫଳରେ ୫୦ରୁ ଉର୍ଦ୍ଧ୍ୱ ଦୋକାନ ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି ।
ସୂଚନା ଅନୁସାରେ ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଏହି ନିଆଁ ଲାଗିଥିବା ବେଳେ ପରେ ଏହା ପୁରା ମାର୍କେଟକୁ ବ୍ୟାପିଯାଇଥବଲା । ଆଉ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଚାହୁଁଚାହୁଁ କିଛି ସମୟ ମଧ୍ୟରେ ପୁରା ମାର୍କେଟ ଜଳିଯାଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ପରିବା, ଟଙ୍କା, ଓଜନକଣ୍ଟା, ସାଇକେଲ, ବାଇକ ସହ ବିଭିନ୍ନ ସାମଗ୍ରୀ ଏହି ନିଆଁରେ ପୋଡି ପାଉଁଶ ହୋଇଯାଇଛି । ୬ଟି ଦମକଳ ଗାଡ଼ି ପହଂଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ଯୋଗୁ କୋଟି କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।