ନୂଆଦିଲ୍ଲୀ: ପାକିସ୍ତାନ ରବିବାର ଭୋର ସକାଳେ ଆଫଗାନିସ୍ତାନ ସୀମାରେ ଏୟାରଷ୍ଟ୍ରାଇକ କରିଛି । ପାକିସ୍ତାନ ସେନା ତେହରିକ ଏ ତାଲିବାନ ପାକିସ୍ତାନ(ଟିଟିପି)ର ଆଡ୍ଡା ପରେ ହମଲା କରିଛି । ଏହି ଏୟାର ଷ୍ଟ୍ରାଇକରେ ୧୨ ଆତଙ୍କୀ ନିପାତ ହୋଇଥିବା କୁହାଯାଉଛି । ସୋସିଆଲ ମିଡିଆରେ ଏୟାରଷ୍ଟ୍ରାଇକର ଅନେକ ଭିଡିଓ ଭାଇରାଲ୍ ହୋଇଛି । ହମଲା କେତେ ବଡ ଥିଲା ତାହା ଦେଖିବାକୁ ମିଳିଛି।
କୁହାଯାଉଛି ପାକିସ୍ତାନ ଖୈବର ପଖତୁନଖ୍ୱାରେ ଶନିବାର ଘଟିଥିବ ଆତ୍ମଘାତୀ ହମଲା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶନିବାର ଗୁଇନ୍ଦା ତଥ୍ୟ ଆଧାରରେ ଏକ ଅଭିଯାନ ଚାଲିଥିବା ସମୟରେ ଆତ୍ମଘାତୀ ହମଲାରେ ଦୁଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପାଇଁ ପାକିସ୍ତାନ ଟିଟିପିକୁ ଦାୟୀ କରିଥିଲା । ଏହା ପରେ ଆଫଗାନିସ୍ତାନ ସୀମା ସ୍ଥିତ ଟିଟିପିର ଆଡ୍ଡା ଉପରେ ରବିବାର ସକାଳେ ଏୟାର ଷ୍ଟ୍ରାଇକ କରିଛି ପାକିସ୍ତାନ ।
ଜିଓ ନ୍ୟୁଜ ଅନୁସାରେ ଏହି ଏୟାରଷ୍ଟ୍ରାଇକରେ ଫିଟନା ଅଲ ଖ୍ୱାରିଜ, ଏହାର ସହଯୋଗୀ ସଂଗଠନ ଓ ଦାଏଶ ଖୁରାସାନ ପ୍ରାନ୍ତରେ ସାତ କ୍ୟାମ୍ପକୁ ଟାର୍ଗେଟ୍ କରାଯାଇଥିଲା । ଏଥିରେ ୧୨ରୁ ଅଧିକ ଆତଙ୍କୀ ନିପାତ ହୋଇଥିବା କୁହାଯାଉଛି । ମନ୍ତ୍ରଣାଳୟ ଦାବି କରିଛି ଯେ, ନିକଟରେ ଘଟିଥିବା ଆତ୍ମଘାତୀ ହମଲା ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ସଠିକ୍ ଏବଂ ସାବଧାନର ସହ କରାଯାଇଛି ।
Also read: ଆମେରିକା ସୁପ୍ରିମକୋର୍ଟର ନିଷ୍ପତ୍ତି ପରେ କ୍ରୋଧିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍