ଭୁବନେଶ୍ୱର ଇନକମ୍ ଟ୍ୟାକ୍ସ ଅଫିସରେ କାର୍ଯ୍ୟରତ ଜଣେ IRS ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ସତସଙ୍ଗ ବିହାର ସ୍ଥିତ ସରକାରୀ କ୍ୱାଟର୍ସ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ରେକର୍ଡଂ କରିଛନ୍ତି ଜଣେ ଆଇଆରଏଏସ ଅଫିସର। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯୁବତୀଙ୍କ ବୟାନ ରେକର୍ଡ କରିଛି। ସମ୍ପୃକ୍ତ ଆଇଆରଏସଙ୍କ ବିରୋଧରେ ଦୁଷ୍କର୍ମ ଦଫା ଲଗାଇ ଛାନଭିନ୍ ଆରମ୍ଭ କରିଛି ପୁଲିସ।
ଖବର ଅନୁସାରେ, ଆଇଆରଏସ୍ ଅଫିସ୍ର ଜଣଙ୍କ ପରିବାର ସହିତ ସତସଙ୍ଗ ବିହାରରେ ରହୁଥିଲେ। ତେବେ ଗତ କିଛି ଦିନ ତଳେ ତାଙ୍କ ଭଉଣୀ ଏବଂ ଜଣେ ଯୁବତୀ ଘରକୁ ଆସିଥିଲେ। ତେବେ ସ୍ତ୍ରୀ ଏବଂ ଭଉଣୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ସେ ବେଡରୁମକୁ ଡାକି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏପରିକି କାହାକୁ କହିଲେ କିମ୍ବା ଥାନାରେ ଏତଲା ଦେଲେ କରିଥିବା ଅଶ୍ଲିଳ ଭିଡିଓ ଭାଇରାଲ କରିବାକୁ ମଧ୍ୟ ଧମକ ଦେଇଥିଲେ।
ତେବେ ଗତ ୧୯ ତାରିଖ ପୀଡିତା ଏନେଇ ସହୀଦନଗର ଥାନାରେ ଅଭିଯୋଗ ଆଣିଥିଲେ ପୀଡ଼ିତା। ପରେ କମିଶନରେଟ ପୋଲିସ ଘଟଣାର ସତ୍ୟାସତ୍ୟ ପାଇଁ ପ୍ରମାଣ ଖୋଜୁଛି। ପୀଡ଼ିତାଙ୍କ ଘରକୁ ଯାଇ ପୋଲିସ ବୟାନ ରେକର୍ଡ କରିଛି। ଖୁବଶୀଘ୍ର IRS ଅଧିକାରୀଙ୍କ ଘରେ ପହଞ୍ଚିବ ପୋଲିସ।
ଅଧିକ ପଢନ୍ତୁ: ରାଜକନିକା ଲଜ୍ଜା: ଗୋଟିଏ ଛାତ୍ରୀକୁ ଗଣଦୁଷ୍କର୍ମ କଲେ ୪ ଶିକ୍ଷକ, ସାହାଯ୍ୟ କରୁଥିଲେ ସହାୟିକା