ଚିଲିକା : ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକାରୁ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ହୋଇଛି। ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲ, ପ୍ରଶାସନ, ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମିଳିତ ଭାବେ ବେଆଇନ ଚିଙ୍ଗୁଡି ଘେରିକୁ ଉଚ୍ଛେଦ କରାଯାଇଛି।
ସୂଚନା ଅନୁଯାୟୀ ବୋଟ୍ ଉପରେ ବୁଲଡୋଜର୍ ସାହାଯ୍ୟରେ ବାହାର ଚିଲିକାରୁ ବେଆଇନ ଚିଙ୍ଗୁଡି ଘେରିକୁ ଉଚ୍ଛେଦ କରିଛି ସ୍ଥାନୀୟ ପ୍ରଶାସନ। ପାଖାପାଖି ୧୫ ସହ ଏକର ବେଆଇନ ଘେରି ଉଚ୍ଛେଦ ହୋଇଛି। ୩୦ ଜଣ ଶ୍ରମିକ ସାହାଯ୍ୟରେ ଘେରିରୁ ଜାଲ ବାଉଁଶ କିଳାକୁ ନଷ୍ଟ କରାଯାଉଛି। ତେବେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚିଲିକାରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି ଚିଲିକା ଉର୍ନ୍ନୟନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଘଟଣା ସ୍ଥଳରେ ଆଇନଶୃଙ୍ଖଳା ରକ୍ଷା ପାଇଁ କୃଷ୍ଣପ୍ରସାଦ ତହସିଲର ଅତିରିକ୍ତ ତହସିଲଦାର କୃଷ୍ଣପ୍ରସାଦ ଥାନା ଆଇଆଇସି ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।