ସମ୍ବଲପୁର ସଦର ପୋଲିସକୁ ମିଳିଛି ବଡ ସଫଳତା। ସମ୍ବଲପୁରର କେନଘାଟି ନିକଟରେ ଏକ ଟ୍ରକରୁ ବିପୁଳ ପରିମାଣର ବେଆଇନ ଆଲୁମିନିୟମ ସାମଗ୍ରୀ ଜବତ। ଏପରିକି ବେଆଇନ ଆଲୁମିନିୟମ ସାମଗ୍ରୀ ଚୋରାଚାଲାଣ କରୁଥିବା ୨ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ସମ୍ବଲପୁର ପୋଲିସ। ତେବେ ଏନେଇ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରିଥିଲା ପୋଲିସ।
ସୁଚନା ଅନୁସାରେ, ଗତକାଲି ସମ୍ବଲପୁର ସଦର ପୋଲିସ ପେଟ୍ରୋଲିଙ୍ଗ କରୁଥିଲା। ଏହି ସମୟରେ ଏକ ଟ୍ରକ ଦୃତ ଗତିରେ ଯାଉଥିବା ବେଳେ ପୋଲିସର ଗାଡି ଉପରେ ସନ୍ଦେହ ହେବାରୁ ପୋଲିସ ଟ୍ରକର ପିଛା କରିଥିଲା। ଏହାପରେ କେନଘାଟି ନିକଟରେ ଟ୍ରକଟିକୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ। ଟ୍ରକଟିକୁ ଯାଞ୍ଚ କରିବା ବେଳେ ସେଥିରୁ ବହୁ ପରିମାଣର ଚୋରାଚାଲାଣ ହେଉଥିବା ୬୫ ଖଣ୍ଡ ଆଲୁମିନିୟମ ଇଟା,୧୬ ବଣ୍ଡଲ ବଡ଼ ଆଲୁମିନିୟମ ତାର,୮ ବଣ୍ଡଲ ଛୋଟ ଆଲୁମିନିୟମ ତାର ଆଦି ଆଲୁମିନିୟମ ସାମଗ୍ରୀ ମିଳିଥିଲା। ତେବେ ଏହି ବେଆଇନ ଆଲୁମିନିୟମ ସାମଗ୍ରୀ ଚୋରାଚାଲାଣ କରୁଥିବା ୨ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଏହି ଘଟଣାରେ ସଦର ପୋଲିସ ଗିରଫ ୨ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବା ନେଇ ସୂଚନା ମିଳିଛି।